ନିର୍ବାଚନ ଆଗରୁ ଟିକେଟ୍ କସରତ, ନବୀନ ନିବାସରେ ନବରଙ୍ଗପୁର ସଂସଦୀୟ କ୍ଷେତ୍ରର ସମୀକ୍ଷା
ଭୁବନେଶ୍ୱର: 2024 ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ ଆରମ୍ଭ ହୋଇଛି ଟିକେଟ୍ କସରତ । ବିଜେଡ଼ି ତରଫରୁ ସଂସଦୀୟ କ୍ଷେତ୍ର କୁ ନେଇ ହେଉଛି ସମୀକ୍ଷା । ଏହାକୁ ନେଇ ନବୀନ ନିବାସରେ ବସୁଛି ଘନଘନ ବୈଠକ । ଏହି ସମୟରେ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ଉପରେ ସମୀକ୍ଷା ହେଉଛି ।

ଏ ନେଇ ନବୀନ ନିବାସରେ ଦଳର ବରିଷ୍ଠ ନେତାଙ୍କ ଭିଡ଼ ଜମିଛି । ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପର୍ଯ୍ୟବେକ୍ଷକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସହ ବିଧାୟକ ମନୋହର ରନ୍ଧାରୀ, ପଦ୍ମିନୀ ଦିଆନ, ପ୍ରକାଶଚନ୍ଦ୍ର ମାଝୀ, ସାଂସଦ ରମେଶ ମାଝୀ ପ୍ରମୁଖ ଉପସ୍ଥିତ ଅଛନ୍ତି ।
ସଂସଦୀୟ କ୍ଷେତ୍ର ପାଇଁ ରଣନୀତି ପ୍ରସ୍ତୁତ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେଉଛି । ଏହା ପୂର୍ବରୁ ଆଜି ଦିନରେ କୋରାପୁଟ ସଂସଦୀୟ କ୍ଷେତ୍ର ଉପରେ ମଧ୍ୟ ସମୀକ୍ଷା ହୋଇଥିଲା । ଜିଲ୍ଲା ପର୍ଯ୍ୟବେକ୍ଷକ, ବିଧାୟକ ଓ ଆଶାୟୀ ପ୍ରାର୍ଥୀଙ୍କ ସହ ବୈଠକ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବୈଠକରେ ଅତନୁ ସବ୍ୟସାଚ୍ଚୀ ନାୟକ, ଜଗନ୍ନାଥ ସାରକା ସାମିଲ ହୋଇଥିଲେ । ସେହିପରି ରବି ନନ୍ଦ, ପ୍ରୀତମ ପାଢୀ, ଭାଷ୍କର ରାଓ ଓ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ପ୍ରମୁଖରେ ସମୀକ୍ଷା ବୈଠକରେ ଯୋଗଦେଇଥିଲେ ।












Click it and Unblock the Notifications