ନଭେମ୍ବର 21 ରେ ଉପ ବାଚସ୍ପତି ନିର୍ବାଚନ
ଭୁବନେଶ୍ୱର: ଆସନ୍ତା ନଭେମ୍ବର 21 ତାରିଖରେ ହେବ ରାଜ୍ୟ ବିଧାନସଭାର ଉପବାଚସ୍ପତି ନିର୍ବାଚନ । ଏନେଇ ସମସ୍ତ ସଦସ୍ୟଙ୍କୁ ବିଧାନସଭା ସଚିବ ଚିଠି ଲେଖି ଅବଗତ କରାଇଛନ୍ତି । ନଭେମ୍ବର 21 ତାରିଖ ସକାଳ 9.30 ମିନିଟରେ ଉପ ବାଚସ୍ପତି ନିର୍ବାଚନ ହେବ ।

ଗତ 8 ତାରିଖରେ ବିଧାନସଭା ଉପବାଚସ୍ପତି ପଦରୁ ରଜନୀକାନ୍ତ ସିଂହ ଇସ୍ତଫା ଦେଇଥିଲେ । ଏହା ପର ଠାରୁ ଉପ ବାଚସ୍ପତି ପଦ ଖାଲି ପଡ଼ିଥିଲା । ବର୍ତ୍ତମାନ ଏହି ପଦବୀ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯାଇଛି ।
ସୂଚନାଥାଉକି, ଗତ ନଭେମ୍ବର 8 ତାରିଖ ଦିନ ରଜନୀକାନ୍ତ ସିଂହ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଭେଟି ସେ ନିଜ ଇସ୍ତଫାପତ୍ର ଦେଇଥିଲେ । ଇସ୍ତଫା ସମ୍ପର୍କରେ ପ୍ରତିକ୍ରିୟା ଦେଇ ରଜନୀକାନ୍ତ କହିଥିଲେ, ଉପବାଚସ୍ପତି ଏକ ସାମ୍ବିଧାନିକ ପଦ । ଏହି ପଦବୀରେ ଥାଇ ମୁଁ ଦଳୀୟ କାର୍ଯ୍ୟ କରିପାରୁ ନ ଥିଲି । ଆଗକୁ ନିର୍ବାଚନ ଥିବାରୁ ସଂଗଠନକୁ ସୁଦୃଢ କରିବା ସହ ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଇସ୍ତଫା ଦେଇଛି । ତେବେ ଏହା ହଠାତ୍ ନିଷ୍ପତ୍ତି ନୁହେଁ, ବହୁଦିନରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଥିଲେ ।












Click it and Unblock the Notifications