ଆଜି ଠୁ ବିଧାନସଭା ବଜେଟ୍ ଅଧିବେଶନ, 24 ରେ ହେବ ବଜେଟ୍ ଉପସ୍ଥାପନ
ଆଜି ଠାରୁ ଆରମ୍ଭ ହେବ ରାଜ୍ୟ ବିଧାନସଭା ବଜେଟ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ । ଏହା ପରେ 24 ତାରିଖରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍ ।

ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହେବ ରାଜ୍ୟ ବିଧାନସଭା ବଜେଟ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ । ଏହା ପରେ 24 ତାରିଖରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍ ।
ଏହା ପୂର୍ବରୁ ଗତକାଲି ସର୍ବଦଳୀୟ ବୈଠକ ହୋଇଛି । ଗୃହକୁ ସୁଚାରୁ ରୂପେ ଚଳାଇବାକୁ ସବୁ ଦଳର ନେତାଙ୍କ ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି । ସର୍ବଦଳୀୟ ବୈଠକରେ 15 ପ୍ରସଙ୍ଗରେ ଆଲୋଚନା ହୋଇଛି । କୌଣସି ବିଧାୟକ ଚାହିଁଲେ ଭିଡିଓ କନଫରେନସିଂରେ ବିଧାନସଭା ସହ ଯୋଡ଼ି ହୋଇପାରିବେ ।
ଦର୍ଶକ ଗ୍ୟାଲେରୀରେ ବସିବାକୁ ସାଧାରଣ ଲୋକଙ୍କୁ ମଧ୍ୟ ଅନୁମତି ମିଳିବ । ଦୁଇ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବଜେଟ ଅଧିବେଶନ । ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇ ମାର୍ଚ୍ଚ 1 ତାରିଖ ଓ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ 10 ରୁ ଅପ୍ରେଲ 6 ତାରିଖ ପର୍ଯ୍ୟନ୍ତ ଚାଲିବ ।
ବଜେଟ୍ ଅଧିବେଶନ ପୂର୍ବରୁ ମଙ୍ଗଳବାର ସକାଳ 10.30 ରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ବସିବ । ବିଧାନସଭା ଅଧିବେଶନରେ କଣ ରଣନୀତି ରହିବ ସେ ନେଇ ସମସ୍ତ ଦଳୀୟ ବିଧାୟକଙ୍କୁ ନବୀନ ଗୁରୁମନ୍ତ୍ର ଦେବେ । ବିରୋଧୀ ଦଳ ନେତା ମହିଳା ଥାନାଧିକାରୀଙ୍କୁ ମାଡ଼ ମାରିବା, କେନ୍ଦ୍ର ଅବହେଳା, କେନ୍ଦ୍ର ବଜେଟରେ ଚାଷୀଙ୍କ ଅନୁଦାନ 7 ପ୍ରତିଶତ ହ୍ରାସ ପରି ପ୍ରସଙ୍ଗରେ ବିରୋଧୀଙ୍କୁ ଘେରିବ ବିଜେଡି । ସେହିଭଳି କଂଗ୍ରେସ ମଧ୍ୟ ନିଜ ରଣନୀତି ପ୍ରସ୍ତୁତ କରିଛି । ଗତକାଲି ବିଜେପି ବିଧାୟକ ଦଳ ବୈଠକ ବସିଥିଲା ।
ସେପଟେ ଆରମ୍ଭରୁ ବିଜେପି ଗୃହ ଭିତରେ ଶାସକ ବିଜେଡ଼ିକୁ ଘେରିବାକୁ ନିଜର ରଣନୀତି ପ୍ରସ୍ତୁତ କରିଛି । ଦଳର ରାଜ୍ୟ କାର୍ଯ୍ୟାଳୟରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବିଧାୟକ ଦଳ ବୈଠକରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ଶାସକ ଦଳକୁ ଘେରିବାକୁ ଯୋଜନା କରିଛି । ଦଳର ରାଜ୍ୟ ପ୍ରଭାରୀ ସୁନିଲ୍ ବଂଶଲଙ୍କ ଉପସ୍ଥିତିରେ ଏ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା ।
ବଜେଟ ଅଧିବେଶନ ନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବମ୍ ସ୍କ୍ବାଡ୍, ଡଗ୍ ସ୍କ୍ବାଡ୍ ସାଙ୍ଗକୁ ଷ୍ଟ୍ରାଇକିଂ ଫୋର୍ସ ନିୟୋଜିତ ରହିବେ । 5 ଟି ଅସ୍ଥାୟୀ କଣ୍ଟ୍ରୋଲ ରୁମକୁ କଣ୍ଟ୍ରୋଲ କରିବେ ଭୁବନେଶ୍ୱର ଡିସିପି । ଟ୍ରାଫିକ ଡାଇଭର୍ସନ ସହ ପବ୍ଲିକ୍ ପ୍ଲେସରେ କଡ଼ାକଡ଼ି ଯାଞ୍ଚ କରାଯାଉଛି । ବିଧାନସଭା ବଜେଟ୍ ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି ପୋଲିସ୍ ଡିଜି ସୁନିଲ ବଂଶଲ ।
ବିଧାନସଭା ଏବଂ ଆଖପାଖ ଅଞ୍ଚଳରେ 30 ପ୍ଲାଟୁନ୍ ପୋଲିସ ମୁତୟନ କରାଯାଇଛି । ଡିସିପିଙ୍କ ନେତୃତ୍ୱରେ 10 ଆଡ଼ିସିନାଲ ଡିସିପି, 11 ଏସିପି, 13 ଇନ୍ସପେକ୍ଟର, 100 ଜଣ ସବଇନ୍ସପେକ୍ଟର, 200 ଜଣ କନଷ୍ଟେବଳ ନିୟୋଜିତ ହୋଇଛନ୍ତି ।












Click it and Unblock the Notifications