Get Updates
Get notified of breaking news, exclusive insights, and must-see stories!

ନବୀନଙ୍କ ପଞ୍ଚମ ପାଳିର ଶେଷ ବିଧାନସଭା ଅଧିବେଶନ, ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ବିରୋଧୀ

ବଜେଟ୍ ଅଧିବେଶନ: ଆଜି ଠାରୁ ଆରମ୍ଭ ରାଜ୍ୟ ବିଧାନସଭା ବଜେଟ୍ ଅଧିବେଶନ । ନବୀନଙ୍କ ପଞ୍ଚମ ପାଳିର ଏହା ଶେଷ ବିଧାନସଭା ଅଧିବେଶନ । ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହୋଇଥିବାରୁ ଗୃହ ବେଶ୍ ସରଗରମ ରହିପାରେ । ମୋଟ 7ଟି କାର୍ଯ୍ୟଦିବସ ଥିବା ଏହି ଅଧିବେଶନରେ ଆର୍ଥିକ ବର୍ଷ 2024-25 ପାଇଁ ଆଗତ ହେବ କାମଚଳା ବଜେଟ୍ । ପ୍ରାୟ 2 ଲକ୍ଷ 60 ହଜାର କୋଟିର ବଜେଟକୁ ଗୃହରେ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଗୃହ କାର୍ଯ୍ୟ । ଏହା ପରେ 8 ତାରିଖରେ ଅର୍ଥମନ୍ତ୍ରୀ କାମଚଳା ବଜେଟ୍ ଉପସ୍ଥାପନ କରିବେ ଓ 9 ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ ।

assembly

13 ତାରିଖ ପର୍ଯ୍ୟନ୍ତ ବିଧାନସଭା ବଜେଟ୍ ଅଧିବେଶନ ଚାଲିବ । ତେବେ ବିଧାନସଭା ଅଧିବେଶନର ପ୍ରଥମ ଦିନରୁ ଗୃହ ସରଗରମ ହେବାର ସମ୍ଭାବନା ରହିଛି । ରାଜ୍ୟ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିରୋଧୀ । ନିଯୁକ୍ତି ଦୁର୍ନୀତି, ମଣ୍ଡି ସମସ୍ୟା, ଦାଦନ, ଜଳସେଚନ, ପକ୍କା ଘର ଭଳି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି କରୁଛି ବିଜେପି । ସେହିପରି ଆଞ୍ଚଳିକ ବୈଷମ୍ୟ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସହ ପରିକ୍ରମା ପ୍ରକଳ୍ପରେ 4200 କୋଟିର ହିସାବ ମାଗିବ କଂଗ୍ରେସ ।

ସେପଟେ ଗୃହକାର୍ଯ୍ୟ ପୂର୍ବରୁ ବିଜେଡି ବିଧାୟକ ଦଳର ରଣନୀତି ବୈଠକ ଆଜି ସକାଳ 10 ଟା 15 ମିନିଟରେ ଅନୁଷ୍ଠିତ ହେବ । ବୈଠକରେ ଦଳର ବିଧାୟକମାନଙ୍କୁ ଗୁରୁ ମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିଧାନସଭା ବଜେଟ୍ ଅଧିବେଶନ ବେଳେ ଆନ୍ଦୋଳନ ଓ ବିକ୍ଷୋଭ ଆଦିକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଗତକାଲି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ ପୋଲିସ ଡିଜି ଅରୁଣ କୁମାର ଷଡଙ୍ଗୀ । 31 ପ୍ଲାଟୁନ ଫୋର୍ସ ମୁତୟନ ସହ ସୁରକ୍ଷା ପରିଚାଳନା ପାଇ 6 ଜଣ ଅତିରିକ୍ତ ଡିସିପିଙ୍କ ସହ 27 ଜଣ ଇନ୍ସପେକ୍ଟର ଓ ଏଏସଆଇ ଦାୟିତ୍ୱରେ ରହିଛନ୍ତି । ଷ୍ଟ୍ରାଇକିଂ ଫୋର୍ସ, ଏସ୍‌ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍‌ ସ୍କ୍ବାଡ୍‌, ଅଗ୍ନିଶମ ବିଭାଗ ସବୁ ଦିଗ ଉପରେ କଡ଼ା ନଜର ରଖିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+