ବଜେଟ୍ ଅଧିବେଶନ ଦ୍ୱିତୀୟ ଦିନ: ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ହେବ ଧନ୍ୟବାଦ ପ୍ରସ୍ତାବ
ବଜେଟ୍ ଅଧିବେଶନ ଦ୍ୱିତୀୟ ଦିନ: ରାଜ୍ୟ ବିଧାନସଭା ବଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ହେବ ଧନ୍ୟବାଦ ପ୍ରସ୍ତାବ ଏବଂ ଗୃହରେ ଆଲୋଚନା ହେବ । ଗତକାଲି ରାଜ୍ୟପାଳ ରଘୁବର ଦାସ ବିଧାନସଭାରେ ପ୍ରଥମ ଅଭିଭାଷଣ ରଖିଥିଲେ । ଏକ ଘଣ୍ଟା 55 ମିନିଟର ଅଭିଭାଷଣରେ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳତାକୁ ବଖାଣିଥିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, 56-ଟି କାର୍ଯ୍ୟକ୍ରମ, ନୂଆ ଓ' କାର୍ଯ୍ୟକ୍ରମ, ଲକ୍ଷ୍ମୀ ଯୋଜନା ଭଳି ଲୋକାଭିମୁଖୀ ଯୋଜନା ରାଜ୍ୟ ବିକାଶକୁ ଦୃଢ କରୁଥିବା ନେଇ ରାଜ୍ୟପାଳ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଥିଲେ ।

ଏହା ପରେ ଆଜି ଦ୍ୱିତୀୟ ଦିନରେ ଗୃହ ବେଶ୍ ସରଗରମ ରହିବା ନେଇ ଆଶା କରାଯାଉଛି । ଗୃହରେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି ।ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ପର୍ଯ୍ୟଟନ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଅବକାରୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସୂଚନା ଓ ଲୋକସମ୍ପର୍କ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରଶ୍ନକାଳ ରହିଛି ।ସେହିପରି ଶୂନ୍ୟକାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠିପାରେ । କଂଗ୍ରେସ ପକ୍ଷରୁ ମୁଲତବି ପ୍ରସ୍ତାବ ଆସିପାରେ । ଏହାସହ ସ୍ୱଳ୍ପ ଦିବସର ଅଧିବେଶନରେ ମୁଖ୍ୟ ବିରୋଧୀ ବିଜେପି ଓ କଂଗ୍ରେସ ଶାସକ ଦଳକୁ ଗୃହରେ ଘେରିବା ପାଇଁ ରଣନୀତି କରିଛନ୍ତି ।
ଅନ୍ୟପଟେ ଓଡ଼ିଶା ବିକାଶ, ବିଶ୍ୱ ଓଡ଼ିଆ ସମ୍ମିଳନୀକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରସଙ୍ଗରେ ଭାଗନେବା ସହ ବିରୋଧୀଙ୍କ ପ୍ରଶ୍ନର ସଠିକ ମୁକାବିଲା କରିବାପାଇଁ ବିଜେଡି ବିଧାୟକ ଦଳ ବୈଠକରେ ବିଧାୟକମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।












Click it and Unblock the Notifications