ଦୁଇଦିନ ପରେ ଗୃହ ସ୍ୱାଭାବିକ, ଜାରି ରହିଛି ପ୍ରଶ୍ନକାଳ

ରାଜ୍ୟ ବିଧାନସଭା ବଜେଟ ଅଧିବେଶନ ଆରମ୍ଭରୁ ପ୍ରଥମ ଦୁଇ ଦିନ ହଟ୍ଟଗୋଳ ପରେ ତୃତୀୟ ଦିନ ସ୍ବାଭାବିକ ଭାବେ ଚାଲିଛି ଗୃହ କାର୍ଯ୍ୟ । ବର୍ତ୍ତମାନ ପ୍ରଶ୍ନକାଳ ଜାରି ରହିଛି ।

odisha assembly

ଭୁବନେଶ୍ୱର: ରାଜ୍ୟ ବିଧାନସଭା ବଜେଟ ଅଧିବେଶନ ଆରମ୍ଭରୁ ପ୍ରଥମ ଦୁଇ ଦିନ ହଟ୍ଟଗୋଳ ପରେ ତୃତୀୟ ଦିନ ସ୍ବାଭାବିକ ଭାବେ ଚାଲିଛି ଗୃହ କାର୍ଯ୍ୟ । ବର୍ତ୍ତମାନ ପ୍ରଶ୍ନକାଳ ଜାରି ରହିଛି । ପାନୀୟ ଜଳ ଯୋଗାଣ, ଜଳ ସେଚନ ଓ ଜଳ ସଂରକ୍ଷଣ ନେଇ ଗୃହରେ ଆଲୋଚନା ଜାରି ରହିଛି ।

ପଦ୍ମନାଭ ବେହେରାଙ୍କ ଏକ ପ୍ରଶ୍ନରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ମହାନଦୀ ଅଵବାହିକାରେ ଖଇରମାଳ, ଗୋଧନେଶ୍ବର ଓ କପାଶିରାଠାରେ ବ୍ୟାରେଜ ନିର୍ମାଣ ପାଇଁ ସରକାରଙ୍କ କୌଣସି ଯୋଜନା ନାହିଁ। ଖଇରମାଳ, ଗୋଧନେଶ୍ବର କେବଳ ଇନଷ୍ଟ୍ରିମ ଷ୍ଟୋରେଜ ନିର୍ମାଣ ପାଇଁ ଯୋଜନା ଅଛି ।

ଏଥିରେ ଅସନ୍ତୋଷ ପ୍ରକାଶ କରି ପଦ୍ମନାଭ କହିଛନ୍ତି, ଇନଷ୍ଟ୍ରିମ ଷ୍ଟୋରେଜ ନ ହେଲେ ମେଗା ଲିପିଟ ପଏଣ୍ଟ ଉଠା ଜଳସେଚନ କେମିତି ହେବ ? ଏହା ସହ ସେ କହିଛନ୍ତି ବର୍ଷାଦିନେ ବି ଉପର ମୁଣ୍ଡରେ ଗେଟ୍ ବନ୍ଦ ହେଲେ ପାଣି ଟିକିଏ ଆସୁନାହିଁ ।

ସେହିପରି ବିଜେପି ବିଧାୟକ ଭାସ୍କର ମଢେଇ ସରକାରଙ୍କ ପୂର୍ବ ଘୋଷଣା କାର୍ଯ୍ୟକାରୀ ନ ହେବାକୁ ନେଇ ଉଦବେଗ ପ୍ରକାଶ କରିଥିବା ବେଳେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ବି ଭୁବନେଶ୍ୱରର ପାନୀୟ ଜଳ ବ୍ୟବସ୍ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏଥିସହିତ ଛତିଶଗଡ଼ ବନ୍ଧ ବାନ୍ଧି ପାଣି ରୋକୁଥିବା ବେଳେ ସରକାର କଣ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ଶ୍ରୀ ରାଉତରାୟ ।
ଆପଣଙ୍କୁ କହି ରଖୁଛୁ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହେବା ଦିନଠାରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଲାଗି ରହିଥିଲା । ବିଜେପି ଓ କଂଗ୍ରେସ ଗୃହ ପରତ୍ୟାଗ କରିବା ସହ ହଟ୍ଟଗୋଳ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+