ତୃତୀୟ ଦିନରେ ଚାଲିପାରୁନି ଗୃହ, ହଟ୍ଟଗୋଳ ଯୋଗୁଁ ବାରମ୍ବାର ହେଉଛି ମୁଲତବୀ
ଭୁବନେଶ୍ୱର: ବିଧାନସଭା ବଜେଟ୍ ଅଧିବେଶନର ଆଜି ତୃତୀୟ ଦିନ । ଦିନ ଆରମ୍ଭରୁ ହଟ୍ଟଗୋଳ ଯୋଗୁଁ ଚାଲି ପାରୁନି ଗୃହ । ବାରମ୍ବର ମୁତଲବୀ ଘୋଷଣା କରିଛନ୍ତି ବାଚସ୍ପତି ।

ଆଜି ତୃତୀୟ ଦିନ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିଜେପି ସଦସ୍ୟ ଗୃହ ଭିତରେ ଉଷୁନା ଚାଉଳ ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ । ସେହିଭଳି ପରୀ ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରଧାନ ଓ ମୋହନ ମାଝୀଙ୍କ କ୍ଷମା ପ୍ରାର୍ଥନା ଦାବି କରି ନିଜ ଆସନରେ ଛିଡା ହୋଇ ବିଜେଡି ବିଧାୟକ ପ୍ରତିବାଦ କରିଥିଲେ । ଫଳରେ ପ୍ରଶ୍ନକାଳ ଚାଲିପାରିନଥିଲା । ପ୍ରବଳ ହୋ ହଲ୍ଲା ପାଇଁ ଗୃହକାର୍ଯ୍ୟକୁ ପ୍ରଥମେ ଦିନ 11.30 ଯାଏଁ ମୁଲତବୀ କରିଥିଲେ ବାଚସ୍ପତି ।
ମୁଲତବୀ ପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପୁଣିଥରେ ହଟ୍ଟଗୋଳ କାରଣରୁ ଦିନ 12 ଟା 30 ଯାଏଁ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି । ବାରମ୍ବାର ମୁଲତବି କାରଣରୁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଅନ୍ୟପଟେ ଗୃହ ମୁଲତବି ହେବା ପରେ ବିଜେଡି ବିଧାୟକମାନେ ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରିଛନ୍ତି ।












Click it and Unblock the Notifications