ବିଧାନସଭା ବଜେଟ୍ ଅଧିବେଶନ: ଆଜି ଗୃହରେ ଆଗତ ହେବ କାମଚଳା ବଜେଟ୍
ବିଧାନସଭା ବଜେଟ୍ ଅଧିବେଶନ: ଆଜି ଗୃହରେ ଆଗତ ହେବ କାମଚଳା ବଜେଟ୍ । ଆର୍ଥିକ ବର୍ଷ 2024-25 ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନ ହେବ । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଅପରାହ୍ନ 5 ଟାରେ ବଜେଟ ଉପସ୍ଥାପନ କରିବେ ।

ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହା କେବଳ କାମଚଳା ବଜେଟ୍ । ଅର୍ଥ ମନ୍ତ୍ରୀ ଶ୍ରୀ ଆରୁଖ ଆସନ୍ତା ଆର୍ଥିକ ବର୍ଷ ପାଇଁ ପ୍ରାୟ 2 ଲକ୍ଷ 60 ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିବେ। ଏଥିରୁ ଅନ୍ତରୀଣ ବଜେଟ୍ (ପ୍ରାୟ 90 ହଜାର କୋଟି ଟଙ୍କା)କୁ ପାରିତ କରିବାକୁ ପ୍ରସ୍ତାବ ରଖିବେ ବୋଲି ଜଣାପଡ଼ିଛି । ଏହି ବଜେଟ୍କୁ ଗତ 3ତାରିଖରେ ମନ୍ତ୍ରୀ ପରିଷଦ ଅନୁମୋଦନ କରିଛି । ଆଗାମୀ 4 ମାସ ପାଇଁ ପ୍ରାୟ 90 ହଜାର କୋଟି ଟଙ୍କାର ଆନ୍ତରୀଣ ବଜେଟ୍ ଉପସ୍ଥାପନ ହୋଇପାରେ ।
ରାଜ୍ୟ ସରକାର ଏହି ବଜେଟ୍ରେ ମୁଖ୍ୟତଃ କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ଜଳସେଚନ, ମିସନ୍ ଶକ୍ତିଙ୍କୁ ସହାୟତା ଓ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରକୁ ଗୁରୁତ୍ବ ଦେବେ। ରାଜ୍ୟ ସରକାର ଘୋଷଣା କରିଥିବା ମେଟ୍ରୋ ପ୍ରକଳ୍ପ ସମେତ ବିଭିନ୍ନ ପ୍ରକଳ୍ପ ପାଇଁ ବଜେଟ୍ରେ ଅର୍ଥ ବ୍ୟବସ୍ଥା ରହିବ। ସେହିପରି ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାବେଳେ ଯେପରି ବିକାଶମୂଳକ କାର୍ଯ୍ୟ ଜାରି ରହିବ, ସରକାରୀ କର୍ମଚାରୀଙ୍କ ବେତନ, ପେନସନ୍ ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚରେ କୌଣସି ସମସ୍ୟା ହେବନି ସେନେଇ ବଜେଟ୍ରେ ବ୍ୟବସ୍ଥା କରାଯିବ ।
ଉଲ୍ଲେଖଯୋଗ୍ୟ, ଫେବୃଆରୀ 5 ତାରିଖରୁ ଆରମ୍ଭ ହୋଇଛି ରାଜ୍ୟ ବିଧାନସଭା ବଜେଟ୍ ଅଧିବେଶନ । ଆଦି ଅଧିବେଶନର ଚତୁର୍ଥ ଦିନ । ଅଧିବେଶନ ଆରମ୍ଭରୁ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଗୃହରେ ହଟ୍ଟଗୋଳ ଯୋଗୁଁ 2 ଦିନ ଧରି ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲି ପାରୁନାହିଁ ।












Click it and Unblock the Notifications