ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ : 4 ଜଣଙ୍କୁ ଜବାବ ମାଗିଲେ ହାଇକୋର୍ଟ
ପ୍ରାୟ ଏକ ବର୍ଷ ପରେ ପୁମି ତେଜିଛି ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ । ଏହି ପ୍ରସଙ୍ଗରେ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି । ଶୁଣାଣି କରି ହାଇକୋର୍ଟ 4 ଜଣଙ୍କୁ ନୋଟିସ୍ ଜାରି କରିଛନ୍ତି । ଜବାବ ରଖିବା ପାଇଁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ । ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ, ମୁଖ୍ୟ ପ୍ରଶାସକ, ASI ଡିଜି ଓ ASI ଅଧୀକ୍ଷକଙ୍କୁ ଜବାବ ମାଗିଛନ୍ତି ହାଇକୋର୍ଟ ।

ବିଜେପି ନେତା ସମୀର ମହାନ୍ତିଙ୍କ ଆବେଦନର ଶୁଣାଣି କରିଥିଲେ ହାଇକୋର୍ଟ । ଏହା ପରେ ଅଗଷ୍ଟ 7ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ସମୀର । ରତ୍ନ ଭଣ୍ଡାର ଖୋଲିବା, ମରାମତି ଓ ଅଳଙ୍କାର ଗଣତି ପାଇଁ ପିଟିସନ ଦାଖଲ କରିଥିଲେ ।
ଏହା ପୂର୍ବରୁ ଗତ ବର୍ଷ ଅକ୍ଟୋବର 18 ରେ ମଧ୍ୟ ରତ୍ନଭଣ୍ଡାର ଖୋଲିବା ମାମଲାରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲେ ହାଇକୋର୍ଟ । କେବେ ଠାରୁ ଓ କାହିଁକି ଖୋଲାଯାଉନି ରତ୍ନଭଣ୍ଡାର ? ସେ ସମ୍ପର୍କରେ ଜବାବ ଦାଖଲ ପାଇଁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ ।












Click it and Unblock the Notifications