ସତ୍ୟବାଦୀକୁ ମିଳିବ ଭେଟି, ଖୁବ୍ ଶୀଘ୍ର ଲୋକାର୍ପଣ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର: ସତ୍ୟବାଦୀକୁ ମଖୁବ୍ ଶୀଘ୍ର ମିଳିବ ଭେଟି । ଖୁବଶୀଘ୍ର ଲୋକାର୍ପଣ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ପରେ ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାର ନିର୍ମାଣ କାମ ଜୋରସୋରରେ ଚାଲିଥିବାବେଳେ ସ୍ଥିତି ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ଆସନ୍ତା 15 ଜାନୁଆରୀ ଭିତରେ କାମ ସାରିବାକୁ କାର୍ତ୍ତିକ ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି । 8.6 ଏକର ଜାଗାରେ ପ୍ରଥମ ପର୍ଯ୍ୟାୟ କାମ ଚାଲିଛି । ଆଉ 6 ଏକର ଜାଗା ଦେବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ।
ଓଡ଼ିଆ ବିଶ୍ୱବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନର ପ୍ରୋଜେକ୍ଟ । ସତ୍ୟବାଦୀ ବନ ବିଦ୍ୟାଳୟ ନିକଟରେ ନିର୍ମାଣ କରାଯାଉଛି । ଆସନ୍ତା ଜାନୁଆରୀ ମାସ ଶେଷ ଆଡ଼କୁ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିବେ । ଓଡ଼ିଆ ଭାଷାର ଗବେଷଣା ପାଇଁ ଏହି ବିଶ୍ୱବିଦ୍ୟାଳୟ ଏକ ଉତ୍କୃଷ୍ଟ ସ୍ଥାନ ହେବ ବୋଲି ଆଶା କରାଯାଉଛି ।












Click it and Unblock the Notifications