ତ୍ରିପୁରାରେ ଓଡ଼ିଆ ଯବାନ ସହିଦ୍
କଲାହାଣ୍ଡି: ଓଡ଼ିଆ ଯବାନ ସହିଦ୍ । ତ୍ରିପୁରା ସୀମାରେ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍)ରେ କାର୍ଯ୍ୟରତ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନ ଜଣକ ହେଲେ ଈଶ୍ୱର ଦୋରା ।
ଡ୍ୟୁଟିରେ ଥିବା ସମୟରେ ଗାଡି ଦୁର୍ଘଟଣାରେ ଓଡ଼ିଆ ଯବାନ ସହିଦ ହୋଇଥିବା ଜଣାପଡିଛି । ସେ ଦୀର୍ଘ 5 ବର୍ଷରୁ ଉର୍ଦ୍ଧ ସମୟ ହେଲା ବିଏସଏଫରେ କାର୍ଯ୍ୟରତ ଥିଲେ । ରାଜସ୍ତାନରେ ନିଯୁକ୍ତ ହୋଇ ସେ ତ୍ରିପୁରାକୁ ଡେପୁଟେସନରେ ଯାଇଥିଲେ ।

ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ବେଲଖଣ୍ଡି ଗାଁର ନିବାସୀ ଈଶ୍ୱର ଚନ୍ଦ୍ର ଦୋରା 2009 ମସିହାରେ ବିଏସ୍ଏଫ୍ରେ ଯୋଗ ଦେଇଥିଲେ । ସେ ତ୍ରିପୁରା ସୀମାରେ କାର୍ଯ୍ୟରତ ଥିଲେ । ରାତିରେ ଡ୍ୟୁଟିରେ ଯାଇଥିବା ବେଳେ ତାଙ୍କର ମରଶରୀର ସକାଳୁ ଉଦ୍ଧାର ହୋଇଥିଲା । ଏନେଇ ତ୍ରିପୁରା ବିଏସଏଫ କମାଣ୍ଡାଣ୍ଟ ପକ୍ଷରୁ ପରିବାର ଲୋକଙ୍କୁ ଅବଗତ କରାଯାଇଛି ।
ଏହି ଖବର ମିଳିବା ପରେ ସହିଦ ଯବାନଙ୍କ ଘର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଗାଁରେ ଶୋକାକୁଳ ପରିବେଶ ଦେଖାଯାଇଛି । ପାର୍ଥିବ ଶରୀର ଆସିବାକୁ ଅପେକ୍ଷା କରାଯାଇଛି ।
ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ଅକ୍ଟୋବର ମାସ 22 ତାରିଖରେ ରାଜସ୍ଥାନରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଥିଲେ । ରାଜସ୍ଥାନ ସୀମାରେ ବିହାର ରେଜିମେଣ୍ଟରେ କାର୍ଯ୍ୟ କରୁଥିବା ଓଡ଼ିଆ ଯବାନ ସଚ୍ଚିଦାନନ୍ଦ ପ୍ରଧାନ ସହିଦ ହୋଇଥିଲେ ।












Click it and Unblock the Notifications