ଦେଶର ପ୍ରଥମ ମହିଳା ଏଡିସି ହେଲେ ଓଡ଼ିଆ ଝିଅ
ଭୁବନେଶ୍ୱର: ଦେଶର ପ୍ରଥମ ମହିଳା ଏଡିସି ହେଲେ ଓଡ଼ିଆ ଝିଅ । ମନୀଷା ପାଢୀଙ୍କୁ ମିଜୋରାମ ରାଜ୍ୟପାଳ ଡ.ହରିବାବୁ କାମଭାମପତିଙ୍କର ଏଡିସି ଭାବେ ନିଯୁକ୍ତି ମିଳିଛି ।

ମନୀଷା ଗଞ୍ଜାମ ଜିଲ୍ଲ ବ୍ରହ୍ମପୁର ବାସିନ୍ଦା । ତାଙ୍କର ମାତାପିତା ଭୁବନେଶ୍ୱରରେ ରୁହନ୍ତି । ମନୀଷା ଭୁବନେଶ୍ୱର ସି.ଭି.ରମଣ କଲେଜ ଅଫ ଇଞ୍ଜିନିୟରିଂରୁ ଶିକ୍ଷାଲାଭ କରିଛନ୍ତି । 2015 ବ୍ୟାଚର ଭାରତୀୟ ବାୟୁସେନା ଅଫିସର ହେଉଛନ୍ତି ମନୀଷା ।
ଏଡିସି ନିଯୁକ୍ତି ହେବାପରେ ମନୀଷାଙ୍କୁ ମେଘାଳୟ ରାଜ୍ୟପାଳଙ୍କ ରାଜଭବନର ସମସ୍ତ ବରିଷ୍ଠ ଅଧିକାରୀଙ୍କ ସହ ପରିଚୟ କରାଯାଇଥିଲା। ମନୀଷା ଏୟାର ଫୋର୍ସ ଷ୍ଟେସନ ବିଦାର,ଏୟାର ଫୋର୍ସ ଷ୍ଟେସନ ପୁନେ ଓ ଏୟାର ଫୋର୍ସ ଷ୍ଟେସନ ଭତିଣ୍ଡା ଭଳି ତିନୋଟି ସ୍ଥାନରେ କାର୍ଯ୍ୟ କରିଛନ୍ତି ।
ମନୀଷାଙ୍କ ଉଲ୍ଲେଖନୀୟ ଉପଲବ୍ଧି କେବଳ ଏକ ମାଇଲଖୁଣ୍ଟ ନୁହେଁ ବରଂ ମହିଳା ଶକ୍ତିର ସାକ୍ଷ୍ୟ ତଥା ମହିଳାମାନେ ଲିଙ୍ଗଗତ ମାନଦଣ୍ଡକୁ ଭାଙ୍ଗି କିଭଳି ପ୍ରତ୍ୟେକ କ୍ଷେତ୍ରରେ ଉତ୍କଷ୍ଟ ପ୍ରର୍ଦଶନ କରୁଛନ୍ତି, ତାହାର ବୋଲି ପ୍ରମାଣ ବୋଲି ରାଜ୍ୟପାଳ ଡ.ହରିବାବୁ କାମଭାମପତି କହିଛନ୍ତି ।












Click it and Unblock the Notifications