OCS Exam: ବଡ଼ ଘୋଷଣା, ଏହି ତାରିଖରେ ହେବ ସିଭିଲ୍ ସର୍ଭିସ୍ ପ୍ରିଲିମ୍ ପରୀକ୍ଷା
OCS Exam: ସିଭିଲ୍ ସର୍ଭିସ୍ ଆଶାୟୀଙ୍କ ପାଇଁ ବଡ଼ ଘୋଷଣା । ପ୍ରକାଶ ପାଇଲା ଓଡିଶା ସିଭିଲ୍ ସର୍ଭିସ୍ ପ୍ରିଲିମ୍ ପରୀକ୍ଷା ତାରିଖ । ଆସନ୍ତା ଅକ୍ଟୋବର 15 ତାରିଖରେ ପ୍ରିଲିମ୍ ପରୀକ୍ଷା ହେବ । ଓଡିଶା ସିଭିଲ୍ ସର୍ଭିସ ଆଶାୟୀ ପ୍ରାର୍ଥୀ ଏହି ପରୀକ୍ଷା ଦେଇପାରିବେ । ଏନେଇ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି ।

ଏ ସମ୍ପର୍କିତ ବିସ୍ତୃତ ତଥ୍ୟ ଆଗାମୀ ଦିନରେ ୱେବସାଇଟ୍ ଜରିଆରେ ଓପିଏସସି ଜଣାଇଦେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ତା ସହିତ ପରୀକ୍ଷାର ସମ୍ପୂର୍ଣ୍ଣ ସୂଚୀ ମଧ୍ୟ ଆଗାମୀ ଦିନରେ ଜଣାପଡିବ ବୋଲି ଓଡିଶା ଲୋକସେବା ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରାର୍ଥୀ ୱେବସାଇଟକୁ ଯାଇ ଆଡମିଶନ ସାର୍ଟିଫିକେଟ ଡାଉନଲୋଡ କରିବାକୁ ଓପିଏସସି ପକ୍ଷରୁ କୁହାଯାଇଛି । https://opsc.govt.in କୁ ଗଲେ ସବିଶେଷ ତଥ୍ୟ ମିଳିପାରିବ ।












Click it and Unblock the Notifications