ଭିତରକନିକାରେ ମେଳି ବାନ୍ଧୁଛନ୍ତି ବିଦେଶୀ ପକ୍ଷୀ, ବଢିଛନ୍ତି 11 ହଜାର ପକ୍ଷୀ
କେନ୍ଦ୍ରାପଡ଼ା: ଶୀତ ଋତୁରେ ଆସୁଛନ୍ତି ବିଦେଶୀ ପକ୍ଷୀ । ଭିତରକନିକା ଜାତୀୟଉଦ୍ୟାନରେ ମେଳି ବାନ୍ଧୁଛନ୍ତି ବିଦେଶାଗତ ପକ୍ଷୀ । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ବନବିଭାଗ ପକ୍ଷରୁ ହୋଇଥିବା ଗଣନା ରିପୋର୍ଟରୁ ଏହା ଜଣାପଡିଛି ।

ଗତବର୍ଷ ଭିତରକନିକାକୁ 1 ଲକ୍ଷ 39 ହଜାର 959 ଟି ପକ୍ଷୀ ଆସିଥିଲେ । ଏ ବର୍ଷ 1 ଲକ୍ଷ 51 ହଜାର 521 421 ଆସିଛନ୍ତି । ଅର୍ଥାତ ଗତବର୍ଷଠାରୁ ଏ ବର୍ଷ ଭିତରକନିକାକୁ 12462 ଅଧିକ ପକ୍ଷୀ ଆସିଥିବା ଜଣାପଡିଛି । ଗତ 16 ବର୍ଷ ମଧ୍ୟରେ ଏହା ସର୍ବାଧିକ । ଗତବର୍ଷ ଭିତରକନିକାକୁ 140 ପ୍ରଜାତିର ପକ୍ଷୀ ଆସିଥିବା ବେଳେ ଏ ବର୍ଷ 121 ଲାର୍ଜ ହୁଇସିଲିଂ ଡକ୍ ପ୍ରଜାତିର ପକ୍ଷୀ ସବୁଠୁ ଅଧିକ 28090 ଆସିଛନ୍ତି ।ଚଳିତବର୍ଷ ଭିତରକନିକାରେ ବିରଳ କମନସେଲ ଡକ୍ ପକ୍ଷୀଙ୍କୁ ଦେଖିବାକୁ ମିଳିଛି । ଏହାବାଦ୍ ଭିତରକନିକାରେ କମନ୍ ସୋଲଭର ଜାତୀୟ ପକ୍ଷୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।
ଚଳିତ ବର୍ଷ ଗ୍ରେବସ, ପେଲିକାନସ, କରମୋରାନ୍ଟସ ଆଣ୍ଡ ଡାର୍ଟର, ହେରନସ, ଏଗ୍ରେଟ୍ସ ଏବଂ ବିଟର୍ସ, ଷ୍ଟୋର୍କସ, ଇବିସେସ ଏବଂ ସ୍ପୁନବିଲ, ଫ୍ଲମିଙ୍ଗସ, ଗିଜ ଏବଂ ଡକସ, କ୍ରେନଓ, ରେଲସ ଏବଂ ଗାଲିନଲସ ଏବଂ କୁଟ, ଫିନଫୁଟ ଏବଂ ଜାକାନାସ, ସୋରବାର୍ଡ ୱାଡର୍ସ, ଗଲ୍ସ, ଟରନଓ ଏବଂ ସ୍କିନରସ ଏବଂ ଅନ୍ୟାନ୍ୟ ବିଦେଶୀ ପକ୍ଷୀ ଗଣନା ବେଳେ ଚିହ୍ନଟ କରାଯାଇଛି । ଏହି ପକ୍ଷୀଗୁଡିକ ପ୍ରଚଣ୍ଡ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ହିମାଳୟ ପାଦ ଦେଶ ଓ ଲଦାଖ, ସାଇବେରିଆ ଓ ଉତ୍ତର ଗୋଲାର୍ଦ୍ଧରୁ ଏଠାକୁ ଆସିଥିବା ରାଜନଗର ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚଳିତ ମାସ 6 ତାରିଖ ଦିନ 18 ଟି ଟିମ୍ ଭିତରକନିକା ଅଭୟାରଣ୍ୟନରେ ଏହି ଗଣନା କାର୍ଯ୍ୟ କରାଯାଇଥିଲା । ରାଜନଗର ବନ ବିଭାଗ ପକ୍ଷରୁ 5 ଟି ରେଞ୍ଜ ଅଂଚଳରେ ଭିଡ ଜମାଇଥିବା ବିଦେଶାଗତ ପକ୍ଷୀଙ୍କ ଗଣନା କରାଯାଇଥିଲା । ସାତଭାୟା, ଗହୀରମଥାର ଚଟକା ଓ ଶାସନପେଟା ଫରେଷ୍ଟ ବ୍ଲକ ଅଂଚଳରେ ଅଧିକ ସଂଖ୍ୟାରେ ବିଦେଶୀ ପକ୍ଷୀଙ୍କୁ ଦେଖିବାକୁ ମିଳିଛି ।
-
ଟି୨୦ ବିଶ୍ବକପ ଫାଇନାଲରେ ଭାରତ, ଜାକବ ବେଥେଲଙ୍କ ଲଢ଼ୁଆ ଶତକ ସତ୍ତ୍ବେ ହାରିଲା ଇଂଲଣ୍ଡ -
ବଦଳିବ ପାଗ, ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା -
ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ -
ଭାରତକୁ ପ୍ରତିଦ୍ବନ୍ଦ୍ବୀ ହେବାକୁ ଦେବୁନାହିଁ: ଆମେରିକା -
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିୟା, ଗ୍ରାଣ୍ଡ ୱେଡିଂରେ ସାମିଲ ହେଲେ.... -
ପଶ୍ଚାତାପ ଆମେରିକା କରିବ ; ଇରାନ ବୈଦେଶିକ ମନ୍ତ୍ରୀ -
ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ -
ବିଜୁ ବାବୁଙ୍କ ସହ ପୁରୁଣା ଫଟୋ ପୋଷ୍ଟ କଲେ ଦିଲ୍ଲୀପ ରାୟ, ଲେଖିଲେ ମନର କଥା -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ଇରାନର ଶକ୍ତିଶାଳୀ ଯୁଦ୍ଧ ଜାହାଜ ବୁଡ଼ିବା ଘଟଣା, ସମୁଦ୍ରରୁ ୮୭ ଜଣଙ୍କ ମୃତଦେହ ଉଦ୍ଧାର












Click it and Unblock the Notifications