ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି, ଓଡ଼ିଶାରୁ ଖାଲି ହେଉଛି 3 ଆସନ
Rajya Sabha Election: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି । ଏହା ପରେ ଫେବୃଆରୀ 15 ଯାଏ ରହିବ ପ୍ରାର୍ଥୀପତ୍ର ନାମାଙ୍କନ ଦାଖଲ ସମୟ । ଏହା ପରେ ଫେବୃଆରୀ 16 ରେ ହେବ ନାମାଙ୍କନ ପତ୍ର ଯାଞ୍ଚ ।

ସେହିପରି 20 ଫେବୃଆରୀ ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିପାରିବେ । 27 ଫେବୃଆରୀ ସକାଳ 9 ରୁ ଅପରାହ୍ନ 4 ଟା ଯାଏ ଭୋଟ ଗ୍ରହଣ ହେବ । ସେହିଦିନ ଅପରାହ୍ନ 5 ଟାରୁ ଭୋଟ ଗଣତି ହେବ ।
ଓଡ଼ିଶାର ତିନି ରାଜ୍ୟ ସଭା ସିଟ ପାଇଁ ନିର୍ବାଚନ ହେବ । ଆସନ୍ତା ଅପ୍ରେଲ 3 ରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟ କାଳ ସରୁଛି । ଅଶ୍ୱିନୀ ବୈଷ୍ଣବ 2019 ଜୁନ୍ 29ରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ । ସେହିପରି ପ୍ରଶାନ୍ତ ନନ୍ଦ 2016 ଅପ୍ରେଲ 4 ତାରିଖରୁ ରାଜସଭାକୁ ନିର୍ବାଚିତ ହୋଇଥିଲେ । ଅମର ପଟ୍ଟନାୟକ ବିଜେଡି ତରଫରୁ ରାଜ୍ୟସଭାକୁ 2019 ଜୁନ 29 ତାରିଖରେ ଯାଇଥିଲେ । ଏହି 3 ନେତାଙ୍କ କାର୍ଯ୍ୟକାଳ ଆସନ୍ତା ଅପ୍ରେଲ 3 ତାରିଖରେ ଶେଷ ହେବାକୁ ଯାଉଛି । ଓଡ଼ିଶା ସମେତ 15ଟି ରାଜ୍ୟର 56 ଜଣ ସଦସ୍ୟଙ୍କ ପାଇଁ ନିର୍ବାଚନ ହେବ ।












Click it and Unblock the Notifications