ଭିସୁଟ୍ ରେ ଛୋଟ ଡ୍ରେସ୍ କୁ ନା', ନୋଟିସ୍ ଜାରି କଲେ କୁଳପତି
ସମ୍ବଲପୁର: ଭିସୁଟ୍ ରେ ମଡର୍ଣ୍ଣ ଓ ଛୋଟ ଡ୍ରେସ୍ କୁ ମନା । ଏମିତି ନିଷ୍ପତ୍ତି ନେଇଛନ୍ତି କୁଳପତି । ବସନ୍ତ ଉତ୍ସବ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଡର୍ଣ୍ଣ ଓ ଛୋଟ ଡ୍ରେସ୍ କୁ ବାରଣ କରାଯାଇଛି । ନୋଟିସ ଜରିଆରେ ଏହା ଜଣାଇଛନ୍ତି ଭିସୁଟ୍ କୁଳପତି ।

ଆଗକୁ ଭିସୁଟର ବସନ୍ତ ଉତ୍ସବ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମକୁ ଆଧୁନିକ ପୋଷାକ କିମ୍ବା ଛୋଟ ଡ୍ରେସ୍ ପରିଧାନକୁ ବାରଣ କରାଯାଇଛି । ଯଦି କୌଣସି ଛାତ୍ରଛାତ୍ରୀ ଏହି ଏହି ନିୟମ ନମାନି ଭିସୁଟକୁ ଆସନ୍ତି । ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପିରିକି ତାଙ୍କୁ ବିଶ୍ୱବିଦ୍ୟାଳୟ ଗେଟ୍ ବାହାର ରଖାଯିବ । କ୍ୟାମ୍ପସ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବନାହିଁ ।
ବସନ୍ତ ଉତ୍ସବ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବା ବେଳେ ଏଥିରେ ରାଜ୍ୟର ସଂସ୍କୃତିକୁ ବଜାୟ ରଖିବାକୁ ପାଇଁ ଏଭଳି ନିଷ୍ପତ୍ତିି ନିଆଯାଇଥିବା କୁହାଯାଇଛି ।
ଗତବର୍ଷ ଅନୁଷ୍ଠିତ ବସନ୍ତ ଉତ୍ସବ ଛୋଟ ଡ୍ରେସ୍ ପିନ୍ଧାକୁ ନେଇ କୌଣସି ଅଘଟଣ ଘଟିଥିବାର ସୂଚନା ରହିଛି । ଯାହାପରେ ଏପରି କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି କର୍ତ୍ତୃପକ୍ଷ । ତେବେ କୁଳପତିଙ୍କ ଏହି ନୋଟିସ୍ ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications