‘ରାଜ୍ୟ ରେ ନାହିଁ ବନ୍ୟା ସ୍ଥିତି, ଆଲର୍ଟରେ ଅଛନ୍ତି ବିଭାଗୀୟ ଅଧିକାରୀ'

ଭୁବନେଶ୍ୱର: ରାଜ୍ୟରେ ନାହିଁ ବନ୍ୟା ସ୍ଥିତି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ପଶିଛି । ଲଗାତାର ସ୍ଥିତି ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।

flood - EIC

ବଲାଙ୍ଗୀର , କଳାହାଣ୍ଡି, ବୌଦ୍ଧ, ଓ ଛତିଶଗଡରେ ପ୍ରବଳ ବର୍ଷା ହେଉଛି । ସେଠାରୁ ଏସବୁ ପାଣି ଆସୁଛି । ଲଗାତାର ଭାବେ ସ୍ଥିତି ଉପରେ ନଜର ରଖାଯାଇଛି । ଏସଆରସିଙ୍କ ସହ ଆମେ ଯୋଗାଯୋଗରେ ରହିଛୁ । ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସତର୍କ କରାଯାଇଛି । କିନ୍ତୁ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ । ଏଥିଲାଗି ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଆଲର୍ଟ କରାଯାଇଛି । ଲଗାତାର ଭାବେ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବର୍ତ୍ତମାନ ହୀରାକୁଦ ଡ୍ୟାମରୁ 4 ଲକ୍ଷ 50 ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ 4 ଲକ୍ଷ 55 ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।ବର୍ତ୍ତମାନ ହୀରାକୁଦରେ 26 ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ମୁଣ୍ଡଳୀରୁ 7 ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେଉଛି । ଆଉ ଦୁଇ ତିନି ଦିନ ଏଭଳି ପାଣି ନିଷ୍କାସନ ଜାରି ରହିବ । ତଳି ଅଞ୍ଚଳର କିଛି ସ୍ଥାନରେ ପାଣି ପଶିଛି । ଏନେଇ ଏସଆରସିଙ୍କ ସହ ଯୋଗାଯୋଗରେ ଥିବା ସେ କହିଛନ୍ତି ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସତର୍କ କରାଯାଇଛି । ସ୍ଥିତି ଉପରେ ନଜର ରଖାଯାଇଥିବା ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+