Get Updates
Get notified of breaking news, exclusive insights, and must-see stories!

ବାହାରିଲାନି ନିଷ୍କର୍ଷ, ବସ୍ ଧର୍ମଘଟ ନେଇ ହୋଇପାରିଲାନି ନିଷ୍ପତ୍ତି

କଟକ: ଘରୋଇ ବସ୍ ମାଲିକ ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନାରୁ ବାହାରିଲାନି ନିଷ୍କର୍ଷ । ବସ ଧର୍ମଘଟ ନେଇ ମାଲିକ ସଂଘ-ସିଏମ୍‌ଓ ମଧ୍ୟରେ ଚାଲିଥିବା ବୈଠକ ଶେଷ ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନି । ତେବେ ଆସନ୍ତାକାଲି ବସ ଧର୍ମଘଟ ହେବ କି ନାହିଁ ସେ ନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ମଧ୍ୟ ନିଆଯାଇ ପାରିନାହିଁ ।

ଆଲୋଚନା ପରେ ସୂଚନା ଦେଇ ଘରୋଇ ବସ ମାଲିକ ସଂଘ ସଭାପତି ଦେବେନ୍ଦ୍ର ସାହୁ କହିଛନ୍ତି, ଆଲୋଚନା ସଫଳ କି ବିଫଳ ହୋଇନାହିଁ । ଆମେ ପ୍ରସ୍ତାବ ଦେଇଛୁ, ସରକାର ନିଷ୍ପତ୍ତି ଜଣାଇବେ । ସରକାର କୌଣସି ଲିଖିତ ପ୍ରତିଶ୍ରୁତି ଦେଇନାହାଁନ୍ତି । ଆସନ୍ତକାଲି ବସ ଧର୍ମଘଟ ହେବ କି ନାହିଁ ସେ ନେଇ ସଂଘର ବୈଠକ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।

bus_strike

ପୂର୍ବରୁ ଗତ 10 ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ଘରୋଇ ବସ୍ ଗଡିବ ନାହିଁ ବୋଲି କୁହାଯାଇଥିଲା । ହେଲେ ରାଜ୍ୟ ସରକାରଙ୍କ ସହ ସଂଘର ଆଲୋଚନା ପରେ ଏହାକୁ ସ୍ଥଗିତ ରଖାଯାଇଥିଲା । ରାଜ୍ୟ ସରକାର ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ ବିରୋଧ କରି ଘରୋଇ ବସ ମାଲିକ ସଂଘ ଧର୍ମଘଟ ନେଇ ଡାକରା ଦେଇଛି । ଗତ 10 ତାରିଖରେ ସରକାରଙ୍କ ସହ ହୋଇଥିବା ଆଲୋଚନା ଅନୁସାରେ ସରକାର ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ନାହାଁନ୍ତି ।

ପ୍ରତିଶ୍ରୁତିକୁ ଭାଙ୍ଗି ସରକାର ଲକ୍ଷ୍ମୀ ବସ୍ ସେବା ଆରମ୍ଭ କରିଛନ୍ତି । 6 ଜିଲ୍ଲା ସମେତ ଅନ୍ୟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ଜିଲ୍ଲା ମୁଖ୍ୟାଳୟକୁ ଚଳାଇଛନ୍ତି ସରକାର । ଏହାର ପ୍ରତିବାଦରେ ଆସନ୍ତାକାଲିଠାରୁ ଘରୋଇ ବସ ମାଲିକ ସଂଘ ପୁଣି ରାଜ୍ୟବ୍ୟାପି ବସ ଧର୍ମଘଟ ଡାକରା ଦେଇଥିଲେ ।
ସୂଚନାଥାଉକି, ଗତ 2 ତାରିଖରେ ମାଲକାନଗିରିରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ ହୋଇଥିଲା । ଆଉ ସେଦିନ ଅବିଭକ୍ତ କୋରାପୁଟ ଜିଲ୍ଲାର କୋରାପୁଟ, ମାଲକାନଗିରି, ଜୟପୁର ଏବଂ ନବରଙ୍ଗପୁରକୁ କୌଣସି ଘରୋଇ ବସ୍ ଚଳାଚଳ କରି ନଥିଲା । ବସ ଧର୍ମଘଟ ଦେଖିବାକୁ ମିଳିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+