ଏ କି ବିଚିତ୍ର ବଜାର ! ରାତି ସାରା ଖୋଲେ ପରିବା ପସରା, ସକାଳୁ ଖାଁ ଖାଁ
ଦୂର ଦୂରାନ୍ତରୁ ଆସନ୍ତି ବେପାରୀ ଓ ଚାଷୀ । ଖୋଲିଦିଅନ୍ତି ପରିବା ପସରା । ମୂଲଚାଲ ଚାଲେ... କିଣାବିକା ବି ଚାଲେ... । ଏମିତି ରହିଥାଏ ପରିବା ହାଟର ଦୃଶ୍ୟ । ଆପଣ ଭାବୁଥିବେ ସବୁ ପରିବା ହାଟରେ ତ ଏହା ଏକ ସାଧାରଣ କଥା, ତେବେ ଏହାକୁ ଆଲୋଚନା କରିବା ଭଳି କଣ ଅଛି ? ହଁ ଆଜ୍ଞା ! ଏ ପରିବା ହାଟ ନିଆରା । ଯାହା ବିଷୟରେ ଜାଣିଲେ ଆପଣ ବି କହିବେ ଏ କି ବିଚିତ୍ର ହାଟ !

ଏଠି ରାତି ସାରା ଖୋଲେ ପରିବା ହାଟ । ଜମେ ଗ୍ରାହକଙ୍କ ଭିଡ଼ । ରାତିର ଘନ ଅନ୍ଧାରରେ ଚାଲେ ପରିବା ଦର ମୂଲଚାଲ । ସତେଜ ପରିବା ଟିକେ ପାଇବା ପାଇଁ କାହିଁ କେତେ ଦୂରରୁ ଆସନ୍ତି ଗରାଖ । ଏମିତି ଏକ ହାଟ ବସେ ବଲାଙ୍ଗୀର ଜିଲ୍ଲାର ଚନ୍ଦନବାଟି ଗାଁ ରେ ।
ସନ୍ଧ୍ୟା ଗଡ଼ି ରାତି ହେଲେ ଏଠି ଭିଡ଼ ଜମାନ୍ତି ପରିବା ବେପାରୀ । ଜଣ ଜଣ କରି ପରିବା ବେପାରୀ ସାଇକେଲ, ଗାଡ଼ିରେ ବୋହିଆଣନ୍ତି ସତେଜ ପରିବା । ରାତି ସାରା ପସରା ଖୋଲି ବସନ୍ତି । ଖାଲି ବେପାରୀ ନୁହଁ, ଗ୍ରାହକଙ୍କ ଭିଡ଼ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଦିନର କର୍ମବ୍ୟସ୍ତ ଜୀବନ ପରେ ରାତିରେ ବିଶ୍ରାମ କରିବା ସମୟରେ ପରିବା କିଣିବାକୁ କାହିଁ କେତେ ଦୂରରୁ ଆସନ୍ତି ଲୋକ । ସକାଳୁ ସକାଳୁ ବଜାର ପୂରା ଖାଲି ।
ସବୁଠି ଦିନରେ ପରିବା ବଜାର ବସୁଥିବାବେଳେ ଚନ୍ଦନଭାଟିର ଏହି ପରିବା ହାଟ ରାତିରେ ବସେ । ପ୍ରତିଦିନ ପ୍ରାୟ 2 ହଜାର ଲୋକ ଏହି ପରିବା ହାଟ ଉପରେ ନିର୍ଭର କରନ୍ତି । ଆଖପାଖ 25ଟି ଗାଁରୁ ଚାଷୀ ନିଜ ଜମିରୁ ପରିବା ଆଣି ସିଧାସଳଖ ବଜାରରେ ବିକ୍ରି କରନ୍ତି । ଆଉ ତଟକା ପରିବା କିଣିବାକୁ ଚାହିଁଥାନ୍ତି ଗ୍ରାହକ । ବିଶେଷ କରି ଦେଶୀ ପୋଟଳ, ଜହ୍ନି, ବାଇଗଣ, କୁନ୍ଦୁରି, କୋବି ଓ ଟମାଟୋର ଏହି ବଜାରରେ ଚାହିଦା ଅଧିକ । ସ୍ଥାନୀୟ ଚାଷୀ ସିଧାସଳଖ ନିଜ ବାଡି ପରିବା ବିକ୍ରି କରୁଥିବାରୁ ଦର ବି ସାଧାରଣ ବଜାରଠାରୁ ଟିକିଏ କମ ରହିଥାଏ, ଯାହାକି ମହଙ୍ଗା ବଜାରରେ ଗ୍ରାହକର ପକେଟ୍ କୁ ସୁହାଇଥାଏ ।
ବଲାଙ୍ଗୀର ସହର ଠାରୁ 10 କିଲୋମିଟର ଦୁରରେ ଚନ୍ଦନଭାଟି । ଗାଁର ମୂଖ୍ୟରାସ୍ତା କଡରେ ନିତିଦିନ ଏଭଳି ପନିପରିବା ହାଟ ବସେ । ନିଜେ ଚାଷୀ ପରିବା ଆଣି କରିଥାନ୍ତି ବିକ୍ରି । ଦୀର୍ଘ 20 ବର୍ଷ ଧରି ଏହି ବଜାର ଏଠାରେ ରାତି ସାରା ବସେ । ରାତି 2 ଟା ରୁ ଆରମ୍ଭ ହୋଇ ଭୋର 4 ଟା ପର୍ଯ୍ୟନ୍ତ ଚାଲିଥାଏ କିଣାବିକା । ସରହରର ବ୍ୟବସାୟୀ ଠୁ ଗାଁର ଓ ଅନ୍ୟ ଜିଳ୍ଲାରୁ ବ୍ୟବସାୟୀ ଆସି ନେଇଥାନ୍ତି ଏଠାରୁ ପନିପରିବା । ତେବେ ସିଧାସଳଖ ନିଜ ଉପାର୍ଜିତ ପନିପରିବା କୁ ବିକ୍ରି କରିବେଶ ଦୁଇ ପଇସା ଲାଭ ପାଇଥାନ୍ତି ସ୍ଥାନୀୟ ଚାଷୀ ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ପୁଣି ଖସିଲା ସୁନା-ରୂପା ରେଟ୍ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
୧ ଏପ୍ରିଲରୁ ଆୟକର ନିୟମରେ ହେବ ବଡ଼ ପରିବର୍ତ୍ତନ, ଆୟକର ବିଭାଗ ଆପଣଙ୍କର ସୋସିଆଲ ମିଡିଆ..... -
ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୨ ମୃତ -
ଶୁଭମନ ଗିଲ୍ ସର୍ବଶ୍ରେଷ୍ଠ ଅନ୍ତରାଷ୍ଟ୍ରୀୟ କ୍ରିକେଟର -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ଏଥର ପ୍ରଚଣ୍ଡ ହେବ ଗୁଷ୍ମ ପ୍ରବାହ, ୪୦ ଛୁଇଁବ ପାରଦ -
ଗହଣା କିଣିବା ପୂର୍ବରୁ ପକାନ୍ତୁ ନଜର, ଜାଣିରଖନ୍ତୁ ଆଜିର ଦାମ୍









Click it and Unblock the Notifications