ମଦୁଆ ଓ ଖଟି ଉପରେ ଚଢାଉ କରୁଛି ପୋଲିସ୍, ଜୋରଦାର ହେଉଛି ନାଇଟ୍ ପାଟ୍ରୋଲିଂ

ଭୁବନେଶ୍ୱର: ରାଜଧାନୀରେ ମଦୁଆ ଓ ରାତି ଅଧରେ ଖଟିରେ ବସୁଥିବା ଲୋକଙ୍କୁ ସାବାଡ଼ କରିବାକୁ ଅଣ୍ଟା ଭିଡ଼ିଛି ପୋଲିସ୍ । ରାତି ଅଧିଆ ଚଢାଉ କରିବା ସହ ଅସାମାଜିକ ବ୍ୟକ୍ତିଙ୍କୁ ସାବାଡ଼ କରୁଛି । ଏହାକୁ ନେଇ ଭୁବନେଶ୍ୱରରେ ଜାରି ରହିଛି ନାଇଟ୍ ପାଟ୍ରୋଲିଂ । ବିଭିନ୍ନ ବଜାର ଅଞ୍ଚଳରେ ଚେକିଂ ବ୍ଲକିଂ କରାଯାଉଛି । ଚାରି ଚକିଆ ଯାନ, ଦୁଇ ଚକିଆ ଯାନ, ହୋଟେଲ ଚେକିଂ, ଅପରାଧୀ ଏବଂ ଅସାମାଜିକ ବ୍ୟକ୍ତିଙ୍କ ଗତିବିଧି ଯାଞ୍ଚ କରୁଛି ପୋଲିସ୍ ।

Night Patrolling

ରାଜଧାନୀର ବିଭିନ୍ନ ଛକ, ବସ୍ତି ଅଞ୍ଚଳ, କେଭି ନଗର, ଲିଙ୍ଗରାଜ ନଗର, ଲକ୍ଷ୍ନୀସାଗର, ମଞ୍ଜେଶ୍ୱର, ସହୀଦ ନଗର, ନୟାପଲ୍ଲୀ, ମୈତ୍ରୀ ବିହାର, ସିଏସପୁର, ଇନଫୋସିଟି, ଖଣ୍ଡଗିରି, ଭରତପୁର ଆଦି ଅଞ୍ଚଳରେ ଭୁବନେଶ୍ୱର ଡିସିପି ପ୍ରତିକ ସିଂହଙ୍କ ନେତୃତ୍ୱରେ ପୋଲିସର ଫୁଟ୍ ପାଟ୍ରୋଲିଂ ଜାରି ରହିଛି ।

ଗତକାଲି 450 ନିଯୁକ୍ତ କନଷ୍ଟେବଳ, ସମସ୍ତ ପୋଲିସ ଅଧିକାରୀ, ଆଇଏସଆଇସି ଏବଂ ଇନ୍ସପେକ୍ଟର, ସମସ୍ତ ଜୋନର ଏସିପିଏସ ଭଳି ସମସ୍ତ ଅଧିକାରୀ ଏହି ସେଫ୍ ସିଟି ଡ୍ରାଇଭ ଅଭିଯାନରେ ସାମିଲ ଥିଲେ । ସେଫ୍ ସିଟି ଡ୍ରାଇଭ ଅଧୀନରେ ପ୍ରତିଦିନ ଏଭଳି ଚଢ଼ାଉ ଜାରି ରଖିଛି କମିଶନରେଟ ପୋଲିସର ବିଭିନ୍ନ ଥାନା ଓ ପିଓପିଡି ଟିମ । ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+