ରାଜଧାନୀରେ ଖଟି କରୁଥିଲେ ସାବଧାନ ! ଉଠାଇ ନେବ କମିଶନରେଟ୍ ପୋଲିସ୍

ଭୁବନେଶ୍ୱର: ରାଜଧାନୀରେ ଖଟି କରୁଛନ୍ତି କି ? ବିଳମ୍ବିତ ରାତି ଯାଏଁ ବସି ଗୁଲିଗପ କରୁଛନ୍ତି କି ? ସାବଧାନ ! ଆକ୍ସ ମୋଡ଼୍ ରେ କମିଶନରେଟ୍ ପୋଲିସ୍ । ରାତି ସାରା ପଇଁତରା ମାରୁଛନ୍ତି ପୋଲିସ୍ । ଖଟି ଦେଖିବା ମାତ୍ରେ ସିଧା ଉଠାଇ ନେଉଛ୍ତି ଜରିମାନା ବି ଗଣିବାକୁ ପଡ଼ିବ ।

ପାର୍ବଣ ଋତୁ ଆରମ୍ଭ ହେବା ସହ ରାଜଧାନୀକୁ ଭୟମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛି କମିଶନରେଟ୍ ପୋଲିସ୍ । ଚା ଦୋକାନ, ସ୍କୁଲ୍ ପଡ଼ିଆ, କଲେଜ୍ ପଡ଼ିଆ ତଥା ଅନ୍ଧାରିଆ ସ୍ଥାନରେ ବସି ଯଦି ନିଶା ସେବନ କରୁଥିବା ବ୍ୟକ୍ତିଙ୍କୁ ସାବାଡ୍ କରିବାକୁ ପଦକ୍ଷେପ ନିଆଯାଉଛି । ସେଫ ସିଟି ଡ୍ରାଇଭ ଅଧିନରେ କମିଶନରେଟ ପୁଲିସ ଏହି ଚଢ଼ାଉ କରୁଛି ।

Khati

ଏଭଳି କିଛି ଖଟିରେ ବସି ନିଶା ସେବନ ପରେ ଆରମ୍ଭ ହୁଏ ଅପରାଧ ପାଇଁ ବ୍ଲୁ ପ୍ରିଣ୍ଟ । ସେ ନେଇ କମିଶନରେଟ ପୋଲିସର ଟାର୍ଗେଟରେ ଏବେ ସନ୍ଧ୍ୟାକାଳୀନ ଖଟି । ପାର୍ବଣ ପୂର୍ବରୁ ରାଜଧାନୀରେ କଡ଼ା ପହରା ଆରମ୍ଭ କରିଛି ପୋଲିସ । ସନ୍ଧ୍ୟା ହେଲେ ମଦଦୋକାନ ପାଖ, ସ୍କୁଲ ପଡିଆ, ଖେଳ ପଡିଆ ଆଜି ସ୍ଥାନ ଉପରେ ନଜର ରଖିଛି ପୋଲିସ ।

ଗତକାଲି ରାତିରେ କ୍ୟାପିଟାଲ ଥାନା, ଲକ୍ଷ୍ମୀସାଗର ଓ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଟିମ୍- 60 ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ରାତି ତମାମ ଚଢାଉ କରିଥିଲେ । ବିଭିନ୍ନ ଖଟି ଓ ଖୋଲାରେ ମଦ ପିଉଥିବା ସ୍ଥାନ ଉପରେ ରେଡ ହୋଇଛି । 16 ଜଣଙ୍କୁ ଉଠାଇ ନେଇ ଜରିମାନା ଆଦାୟ ସହ ଚେତାବନୀ ଦେଇ ଛାଡିଛି ପୋଲିସ । 12 ଜଣଙ୍କ ଠାରୁ 6 ହଜାର ଟଙ୍କା ଆଦାୟ କରିଛି ପୋଲିସ ।

ଖୋଲା ସ୍ଥାନରେ ମଦ ପିଇ ଖଟି କରୁଥିବା ଲୋକଙ୍କ ବିଷୟରେ ସୂଚନା ଦେବାପାଇଁ ହ୍ୱାଟ୍ସଆପ୍ ନମ୍ବର ଜାରି କରିଛି ପୋଲିସ । 7077798111 ନମ୍ବରରେ ତଥ୍ୟ ଦେବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି କମିଶନରେଟ ପୁଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+