ଏହି ସବୁ ଗାଇଡଲାଇନ ଅନୁଯାଇ ୨୦ଟି ଜିଲ୍ଲା ଭିତରେ ଗଡିବ ବସ
୨୦ଟି ଜିଲ୍ଲା ଭିତରେ ବସ ଚଳାଚଳ ନେଇ ଅନୁମତି ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି ଜିଲ୍ଲା ଭିତରେ ବସ ଚଳାଚଳ ପାଇଁ ଆସିବ ଗାଇଡଲାଇନ୍ ।
ଭୁବନେଶ୍ୱର: ୨୦ଟି ଜିଲ୍ଲା ଭିତରେ ବସ ଚଳାଚଳ ନେଇ ଅନୁମତି ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି ଜିଲ୍ଲା ଭିତରେ ବସ ଚଳାଚଳ ପାଇଁ ଆସିବ ଗାଇଡଲାଇନ୍ । ପରିବହନ ବିଭାଗ ତରଫୁରୁ ଆରଟିଓ ଏବଂ ବସ ସଂଘ ଗୁଡିକୁ ଗାଇଡଲାଇନ ଦିଆଯିବ । ବସ୍ ସିଟ୍ ଅନୁସାରେ ଲୋକ ବସିବେ, ମାସ୍କ ବାଧ୍ୟତାମୂଳକ କରାଯିବ । ଏହା ସହ ବସକୁ ସବୁଦିନ ସାନିଟାଇଜ କରାଯିବ ।

ଗତକାଲି ରାଜ୍ୟ ସରକାର ରାଜ୍ୟରେ ଜାରି ରହିଥିବା ଲକଡାଉନ କଟକଣା କୋହଳ କରିଛନ୍ତି । ରାଜ୍ୟରେ ଜୁଲାଇ ୧୬ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକ୍ଡାଉନ୍ ଘୋଷଣା କରାଯାଇଛି । ତେହେ ନୂଆ ଗାଇଡ ଲାଇନ ଅନୁଯାଇ, ୨୦ଟି ଜିଲ୍ଲାରେ ବସ୍ ଚଳାଚଳକୁ ବି ଅନୁମତି ଦିଆଯାଇଛି।
ତେବେ କାଟାଗୋରୀ-ଏ ଜିଲ୍ଲାରେ ବସ ଚଳାଚଳ ପାଇଁ ଅନୁମତି ମିଳିଛି । କେବଳ ଜିଲ୍ଲା-ଜିଲ୍ଲା ଭିତରେ ବସ ଚଳାଚଳ ପାଇଁ ଅନୁମତି ମିଳିଲା । ବସରେ ଯେତିକି ସିଟ ଅଛି ସେତିକି ଯାତ୍ରୀ ଯାଇପାରିବେ । ସେହିପରି ଟ୍ୟାକ୍ସି, ଅଟୋରିକ୍ସା ଚଳାଚଳ ପାଇଁ କାଟାଗୋରୀ-ଏ ଜିଲ୍ଲାରେ ଅନୁମତି ମିଳିଛି । ଚାଳକ ସହ ସର୍ବାଧିକ ୨ ଜଣ ଯାତ୍ରୀ ଗସ୍ତ କରିପାରିବେ । ସେହିପରି କାଟାଗୋରୀ-ବି ଜିଲ୍ଲାରେ ବସ ଚଳାଚଳ କରିବ ନାହିଁ ।
କାଟାଗୋରୀ-ଏ
ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, ଗଂଜାମ, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାକୁ 'ଏ' କ୍ୟାଟେଗୋରୀରେ ରଖାଯାଇଛି। ଏହି ସବୁ ସ୍ଥାନରେ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନବଜାର ଖୋଲିବାକୁ ଅନୁମତି ଦିଆଯିବା ସହିତ ବସ୍ ଓ ଟ୍ୟାକ୍ସି ଚଳାଚଳକୁ ଅନୁମତି ଦିଆଯାଇଛି। ତେବେ ଶପିଂ ମଲ୍ ଓ ପାର୍ଲର ଖୋଲିବା ପାଇଁ ଅନୁମତି ମିଳି ନାହିଁ। ସେହିପରି ସିନେମା ହଲ୍ ଖୋଲିବାକୁ ଅନୁମତି ମିଳି ନଥିବା ବେଳେ ଯାତ୍ରାକୁ ମଧ୍ୟ ଅନୁମତି ମିଳିନାହିଁ। ଅନ୍ୟପକ୍ଷରେ ସାରା ରାଜ୍ୟରେ ଥିବା ଛୋଟ ଛୋଟ ସାଲୁନ୍ ଖୋଲିବାକୁ ଅନୁମତି ମିଳିଛି।
କାଟାଗୋରୀ-ବି
ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଂଜ ଜିଲ୍ଲା କାଟାଗୋରୀ-ବିରେ ରହିଛି। ଏହି ଜିଲ୍ଲାରେ ମଲ୍, ପାର୍ଲର ଓ ସ୍ପା ଛାଡ଼ି ଆଉ ସବୁ ଦୋକାନ ଖୋଲିବ। ତେବେ ଏହି ୧୦ ଜିଲ୍ଲା ସକାଳ ୬ରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ସେହିପରି ଏସବୁ ଜିଲ୍ଲାରେ ସପ୍ତାହାନ ସଟ୍ଡାଉନ୍ ଜାରି ରହିବ।












Click it and Unblock the Notifications