Get Updates
Get notified of breaking news, exclusive insights, and must-see stories!

ବଢିଲା କଟକଣା ଅବଧି, ଜୁଲାଇ ୧୬ ଯାଏଁ ଆଂଶିକ ଲକଡାଉନ୍

ଜୁଲାଇ ୧୬ ସକାଳ ୫ଟା ଯାଏଁ ଆଂଶିକ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏନେଇ ପ୍ରେସବାର୍ତ୍ତାରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ଭୁବନେଶ୍ବର: ଜୁଲାଇ ୧୬ ସକାଳ ୫ଟା ଯାଏଁ ଆଂଶିକ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏନେଇ ପ୍ରେସବାର୍ତ୍ତାରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ତେବେ ଏଥର ମଧ୍ୟ ରାଜ୍ୟର ଜିଲ୍ଲାମାନଙ୍କୁ କାଟାଗୋରୀ A ଓ କାଟାଗୋରୀ Bରେ ବିଭକ୍ତ କରାଯାଇଛି । ଦୁଇଟି କାଟାଗୋରୀ ପାଇଁ ଭିନ୍ନ ଭିନ୍ନ କଟକଣା ରହିଛି ।

Odisha Lockdown

କାଟେଗୋରୀ Aରେ ଥିବା ୨୦ ଜିଲ୍ଲାରେ ଦୋକାନ ବଜାର ଖୋଲିବା ପାଇଁ ଅନୁମତି ଦିଆଯାଇଛି । ଏହି ୨୦ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ଟା ଯାଏ ଦୋକାନ ଖୋଲିବ । ତେବେ ସପିଙ୍ଗ ମଲ, ପାର୍ଲର ଛାଡ଼ି ଆଉ ସବୁ ଦୋକାନ ଖୋଲିବ । ୨୦ ଜିଲ୍ଲାରେ ଧାର୍ଯ୍ୟ ସିଟ (ସିଟିଙ୍ଗ କାପାସିଟି)ରେ ବସ୍ ଓ ଟ୍ୟାକ୍ସି ଚଳାଚଳ କରିବ । ୨୦ ଜିଲ୍ଲାରେ ଇନଡୋର ଓ ଆଉଟଡୋର ସୁଟିଂକୁ ମଧ୍ୟ ଅନୁମତି ମିଳିଛି । ଏହି ୨୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ହେବନାହିଁ । ସପ୍ତାହର ସାତ ଦିନ ପର୍ଯ୍ୟନ୍ତ ୨୦ ଜିଲ୍ଲାରେ ସକାଳ ୬ ରୁ ସନ୍ଧ୍ୟା ୬ ଯାଏଁ ଦୋକାନ ଖୋଲିବ।ସଂକ୍ରମଣ କମିଥିବାରୁ କାଟେଗୋରୀ Aକୁ ଆଉ ୩ ଜିଲ୍ଲା ଉନ୍ନୀତ ହୋଇଛି । ଏହି ୩ଟି ଜିଲ୍ଲା ଗୁଡିକ ହେଲା ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର ।

କାଟାଗୋରୀ-Aର ୨୦ ଜିଲ୍ଲା:

ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା ।

ଅନ୍ୟପଟେ ପଜିଟିଭିଟି ୫ ପ୍ରତିଶତରୁ ଅଧିକ ଥିବା ବାକି ୧୦ ଜିଲ୍ଲା ଗୁଡିକୁ କାଟେଗୋରୀ Bରେ ରଖାଯାଇଥି । ଏହି ସବୁ ଜିଲ୍ଲାରେ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ଖୋଲିବ । ମଲ, ସ୍ପା, ବିୟୁଟି ପାଲର୍ର ଆଦି ଖୋଲିବ ନାହିଁ । ୧୦ଟି ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ । ବସ୍ ଚଳଚଳ ହେବ ନାହିଁ, ବାହାଘରରେ ଭୋଜିକୁ ବାରଣ କରଯାଇଛି । ଦୈନିକ ଓ ସାପ୍ତାହିକ ବଜାର ବନ୍ଦ ରହିବ । ତେବେ ଉଠାଦୋକାନୀ ଦୋକାନ ଖୋଲିପାରିବେ, ମାତ୍ର କେବଳ ପାର୍ସଲ ଦେଇପାରିବେ ।

କାଟାଗୋରୀ-Bର ୧୦ ଜିଲ୍ଲା:

ନୟାଗଡ, ପୁରୀ,ଖୋର୍ଦ୍ଧା, କଟକ,ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+