ଜଗା ଦର୍ଶନ ପାଇଁ ଯାଉଛନ୍ତି କି ? ଜାଣି ନିଅନ୍ତୁ, ଆଜି ଠୁ ବଦଳିଲା ଏହି ସବୁ ନିୟମ

ପୁରୀ: ଆଜି ନୂଆ ବର୍ଷ 2024ର ପ୍ରଥମ ଦିନରେ ଶ୍ରୀମନ୍ଦିରରେ ଲାଗିଛି ପ୍ରବଲ ଭିଡ଼ । ସକାଳୁ ସକାଳୁ ହଜାର ହଜାର ଭକ୍ତ ମନ୍ଦିରରେ ଧାଡ଼ିରେ ଆସି ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ନୂଆବର୍ଷରେ ଭକ୍ତଙ୍କ ସମାଗମକୁ ଲକ୍ଷ୍ୟରେ ରଖି ରାତି 1 ରୁ ମନ୍ଦିର ଖୋଲାଯାଇଛି ।

shreemandir

ଧାଡିରେ ଧାଡିରେ ଯାଉଛନ୍ତି ଭକ୍ତ । 10 ଟି ଧାଡିରେ ମନ୍ଦିରକୁ ପ୍ରବେଶ କରୁଛନ୍ତି ଭକ୍ତ । ବ୍ୟାରିକେଡ୍ ମଝିରେ ବିଶ୍ରାମ ବ୍ୟବସ୍ଥା ହୋଇଛି । ଭକ୍ତମାନେ କିପରି କାଳିଆ ସାଆନ୍ତଙ୍କୁ ଭଲରେ ଦର୍ଶନ କରିବେ ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଖରା ଗରମରେ ଛିଡା ହୋଇ ଭକ୍ତଙ୍କୁ ଅପେକ୍ଷା କରିବାକୁ ପଡୁଥିଲା । ହେଲେ ଆଜିଠାରୁ ଏସି ଟନେଲ ଦେଇ ମନ୍ଦିରକୁ ଯାଉଛନ୍ତି ଭକ୍ତ । 12 ମିଟର ଚଉଡା ଓ 84 ମିଟର ଲମ୍ବ ବିଶିଷ୍ଟ ଏହି ଏସି ଟନେଲରେ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ତେବେ ନୂଆ ବର୍ଷରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀରେ 22 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମାର୍କେଟ ଛକ ଠାରୁ ଶ୍ରୀମନ୍ଦିର ସିଂହଦ୍ଵାର ଯାଏଁ ଏବଂ ସମୁଦ୍ର କୂଳ ଦିଗବାରେଣି ଛକ ଠାରୁ ଲାଇଟ ହାଉସ୍ ପର୍ଯ୍ୟନ୍ତ ପୋଲିସ ପକ୍ଷରୁ ନୋ ଭେଇକିଲ୍ ଜୋନ୍ କରାଯାଇଛି ।

ସେପଟେ ଆଜିଠୁ ଶ୍ରୀମନ୍ଦିରରେ ଲାଗୁ ହୋଇଛି ନୂଆ କଟକଣା । ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ଶ୍ରୀମନ୍ଦିରକୁ ଯିବେ ଭକ୍ତ । ଆଜିଠୁ ଏହି କଟକଣାକୁ ଜୋରଦାର କରାଯାଇଛି । ଏହାସହ ପାନ, ଗୁଟଖା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ପଲିଥିନକୁ ମଧ୍ୟ ବ୍ୟାନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+