ନୂଆ ସଂସଦ ଉଦଘାଟନ ବିବାଦ, କ'ଣ କରିବ ବିଜେଡ଼ି ?

BJD

ଭୁବନେଶ୍ୱର : ନୂତନ ସଂସଦ ଗୃହ ଉଦଘାଟନ ବିବାଦ ବଢିବାରେ ଲାଗିଛି । ନୂତନ ସଂସଦକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବା ଏବଂ ଏହି କାର୍ଯ୍ୟକ୍ରମକୁ ରାଷ୍ଚ୍ରପତିଙ୍କୁ ନିମନ୍ତ୍ରଣ ନ କରାଯିବାକୁ ନେଇ ବିରୋଧ କରିଛନ୍ତି ଅନେକ ବିରୋଧୀ ଦଳ ।

ଏପରିକି ଏହି ଉଦଘାଟନୀ ସମାରୋହରୁ ନିଜକୁ ଦୂରେଇ ରଖିବା ପାଇଁ 19 ବିରୋଧୀ ଦଳ ମିଳିତ ବିବୃତ୍ତି ଜାରି କରିଛନ୍ତି । ଏହା ପୂର୍ବରୁ ଏହି ଉଦଘାଟନ ରାଷ୍ଟ୍ରପତିଙ୍କ ଦ୍ୱାରା କରାଇବାକୁ ନେଇ ବାରମ୍ବାର ଦାବି କରିଆସୁଥିଲା କଂଗ୍ରେସ । ବର୍ତ୍ତମାନ କଂଗ୍ରେସ ସମେତ ଅନ୍ୟ 18 ବିରୋଧୀ ଦଳ ଏହି ଉଦଘାଟନୀ ସମାରୋହରେ ସାମିଲ ନ ହେବା ନେଇ ନିଷ୍ପତ୍ତି ନେଇ ମିଳିତ ବିବୃତ୍ତି ଜାରି କରିଛନ୍ତି ।

ନୂତନ ସଂସଦ ଭବନର ଉଦଘାଟନୀ ସମାରୋହରେ ଯୋଗ ନ ଦେବାକୁ ଦଳର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଟିଏମସି ସାଂସଦ ଡେରେକ ଓ'ବ୍ରାଇନ୍ କହିଛନ୍ତି ଯେ ସଂସଦ କେବଳ ଏକ ନୂତନ କୋଠା ନୁହେଁ । ଏହା ମଧ୍ୟ ପୁରୁଣା ପରମ୍ପରା, ମୂଲ୍ୟବୋଧ ଏବଂ ନିୟମର ପ୍ରତିଷ୍ଠା । ଏହା ହେଉଛି ଭାରତୀୟ ଗଣତନ୍ତ୍ରର ମୂଳଦୁଆ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ରବିବାର ଦିନ ନୂତନ ସଂସଦ ଗୃହର ଉଦଘାଟନୀ ସମାରୋହ 'ମୁଁ ଏବଂ ମୋର' ଏକ କାର୍ଯ୍ୟକ୍ରମ, ତେଣୁ ଆମେ ଏଥିରୁ ଦୂରେଇ ରହିଛୁ ।

ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାକୁ ନେଇ ଟ୍ୱିଟ୍ କରି କହିଛନ୍ତି - ରାଷ୍ଟ୍ରପତିଙ୍କ ଦ୍ୱାରା ସଂସଦର ଉଦଘାଟନ ନ କରାଇବା ଏବଂ ତାଙ୍କୁ ସମାରୋହକୁ ନିମନ୍ତ୍ରଣ ନ କରିବା, ଏହା ଦେଶର ସାମ୍ବିଧାନିକ ପଦର ଅପମାନ । ସମ୍ବିଧାନ ଅହଂକାର ଇଟାରେ ନୁହଁ, ସାମ୍ବିଧାନିକ ମୂଲ୍ୟରେ ତିଆରି ହୁଏ ।

କଣ କରିବ ବିଜେଡ଼ି ?

ଏହି ଉଦଘାଟନୀ ସମାରୋହକୁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ଅନେକ ବିରୋଧୀ ଦଳ ଯୋଗ ନ ଦେବା ନେଇ ସ୍ପଷ୍ଟ କରି ସାରିଛନ୍ତି । କିନ୍ତୁ ବିଜେଡ଼ି ଏ ନେଇ କୌଣସି ପ୍ରତିକ୍ରିୟା ରଖିନାହିଁ । ନୂତନ ସଂସଦର ଉଦଘାଟନୀ ସମାରୋହରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ ସାମିଲ ହେବ କି ନାହିଁ ସେ ନୋଇ କୌଣସି ଖବର ମିଳିପାରି ନାହିଁ ।

ତଥାପି ମିଳିଥିବା ସୂଚନା ଅନୁସାରେ, ଆସନ୍ତା 27 ତାରିଖ(ଶନିବାର) ଦିନ ବିଜେଡ଼ି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ପରେ ଏହି ସମାରୋହରେ ଯୋଗ ଦେବେ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି ।

ଆପଣଙ୍କୁ କହି ରଖୁଛୁ, ଯେତେବେଳେ ବିଜେପି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ନେଇ ଘୋଷଣା କରିଥିଲା, ସେତେବେଳେ ବିଜେଡ଼ି ଏହାର ପୂର୍ଣ୍ଣ ସମର୍ଥନ ଦେଇଥିଲା । ମାଟିର ଝିଅ କହି ବିଜେଡ଼ି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରେ ଭୋଟ୍ ଦେଇଥିଲା ।

ବର୍ତ୍ତମାନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ ନ କରାଯିବାକୁ ପ୍ରତିବାଦ କରି ଅନ୍ୟ ବିରୋଧୀ ଦଳ ସମାରୋହ ବହିଷ୍କାର କରୁଥିବା ବେଳେ ବିଜେଡି କଣ କରିବ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+