ରାଜଧାନୀରେ ହେବ ନୂଆ ସହର, ଚମକିବ ଦାସପୁର - ଗୋଠପାଟଣା
ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଗଢି ଉଠିବ ନୂଆ ସହର । ଚମକିବ ଦାସପୁର ଓ ଗୋଠପାଟଣା ମୌଜା । ତୋଳି ଉଠିବ ନୂଆ ନୂଆ ଆପାର୍ଟମଣ୍ଟ । ଆପାର୍ଟମେଣ୍ଟ ନିକଟରେ ଅତ୍ୟାଧୁନିକ ସୁବିଧା ସୁଯୋଗ ସହ ପାର୍କ, ଜିମ୍, ମାର୍କେଟ କମ୍ପ୍ଲେକ୍ସ, ହସ୍ପିଟାଲ, ସ୍କୁଲ, ସିନେମା ହଲ, ସପିଂ ମଲ, ସୁଇମିଂ ପୁଲ, ଖେଳ ପଡ଼ିଆ ଆଦି ନିର୍ମାଣ ହେବ । କେନ୍ଦ୍ର ସରକାର ଙ୍କ ଅନୁମୋଦନ ପରେ ଏଠାରେ କାର୍ଯ୍ୟ ଆରମ୍ଭ କରାଯିବ । ରାଜ୍ୟ ସରକାର ଏନେଇ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ।

ଏହା ପରେ ରାଜଧାନୀରୁ କମିବ ଗହଳି । ପ୍ରାୟ 821 ଏକରରେ 8 ହଜାର କୋଟି ବ୍ୟୟରେ ଭୁବନେଶ୍ଵର ଉପକଣ୍ଠରେ ଗଢି ଉଠିବ ନୂଆ ସହର । ଦେଢ଼ରୁ ଦୁଇ ଲକ୍ଷ ଲୋକଙ୍କ ରହଣି ପାଇଁ ବ୍ୟବସ୍ଥା ହେବ । ଅତ୍ୟାଧୁନିକ ସୁବିଧା ସହ 15 ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣ ହେବ । 50 ହଜାର ଫ୍ଲାଟ୍ ତିଆରି ହେବ ।
ଅର୍ଥ କମିଶନଙ୍କ ସୁପାରିସ କ୍ରମେ ଦେଶର 8 ଟି ରାଜ୍ୟରେ 'ନ୍ୟୁ ସିଟି' ନିର୍ମାଣ ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଗଙ୍ଗୁଆ ନାଳର ଜଳ ବିଶୁଦ୍ଧିକରଣ, ଇଣ୍ଟର ଷ୍ଟେଟ୍ ବସ୍ ଟର୍ମିନାଲ କାର୍ଯ୍ୟକ୍ଷମ, ଅଫୋର୍ଡିଂ ହାଉସିଂ ପ୍ରୋଜେକ୍ଟ ଯୋଗାଇ ଦେଶ ପାଇଁ ଲକ୍ଷ୍ୟ ରଖିଛି ବିଡିଏ । ନାକାଗେଟ୍ରୁ କାଟେଣୀ ଛକ ପର୍ଯ୍ୟନ୍ତ ରାସ୍ତା ବିକଶିତ କରିନେଇ ସିଟିକୁ ସଂଯୋଗକରଣ କରିବା ଯୋଜନ କରିଛି ବିଡିଏ । 41ତମ ପ୍ରତିଷ୍ଠା ଦିବସରେ ଭୁବନେଶ୍ଵରକୁ ବିକଶିତ, ବ୍ୟବସ୍ଥିତ ସହ ବାସପୋଯୋଗୀ ସହର କରି ଗଢି ତୋଳିବାକୁ ଲକ୍ଷ୍ୟ ରଖିଛି ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ ।
ଏହା ବ୍ୟତୀତ ରାଜଧାନୀରେ ନୂଆ 500 ଏକର ଜାଗା ବିଡିଏ ଲୋକଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ହାଉସିଂ ପ୍ରୋଜେକ୍ଟ ଆଣିବାକୁ ଯୋଜନା ରଖିଛି । ବିଡିଏ ଦ୍ଵାରା ନିର୍ମିତ ବରମୁଣ୍ଡା ଆନ୍ତର୍ଜାତୀୟ ବସ୍ ଷ୍ଟାଣ୍ଡ ଆସନ୍ତା 2 ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ ।
ଜଟଣୀରେ ଗୃହପାଳିତ ପଶୁଙ୍କ ପାଇଁ ଏକ ସେଣ୍ଟର କରାଯିବ । ସେହିପରି ଭଗବାନପୁରରେ ହୋଲସେଲ ନୂଆ ପରିବା ହାଟ, ଭୁବନେଶ୍ୱରରେ 10ଟି ନୂଆ ପାର୍କ, 20 ଟି ଖେଳପଡ଼ିଆ, ଦୟା ସଫେଇ ପାଇଁ 7ଟି ନୂଆ ଟ୍ରିଟମେଣ୍ଟ ପ୍ଲାଣ୍ଟ, 3 ନିର୍ବାଚନ ମଣ୍ଡଳୀର 3ଟି ଶ୍ମଶାନ, ଟ୍ରକ ଟର୍ମିନାଲ, ବିଡିଏ ଷ୍ଟାଫଙ୍କ ପାଇଁ ନୂଆ ଘର ଭଳି ଉନ୍ନୟନ ମୂଳକ କାର୍ଯ୍ୟ ଖୁବଶୀଘ୍ର ଶେଷ କରିବାକୁ ଯୋଜନା କରିଛି ବିଡିଏ ।












Click it and Unblock the Notifications