ଜୀବନ ବଞ୍ଚାଇଦେଲା ଦହିବରା... 10 ଫୁଟ୍ ତଳକୁ ଖସି ପଡ଼ିଲା କାର୍

କଟକ: ରଖେ ହରି ତ ମାରେ କିଏ... ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ବାଙ୍କୀ ଅଞ୍ଚଳରେ । ତିନି ଜଣଙ୍କ ଜୀବନ ବଞ୍ଚାଇ ଦେଲା ଦହିବରା ଖାଇବାର ଇଛା । ଗାଡ଼ିରୁ ଓହ୍ଲାଇ ରାସ୍ତା କଡ଼ରେ ଖାଉଥିଲେ ଦହିବରା । 10 ଫୁଟ୍ ତଳକୁ ଖସି ପଡ଼ିଲା କାର୍ । ବର୍ତ୍ତିଗଲା 3 ଲୋକଙ୍କ ଜୀବନ ।

accident

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଏକ କାର୍‌ରେ 3 ଜଣ କଟକରୁ ବାଙ୍କୀ ଅଭିମୁଖେ ଯାଉଥିଲେ । ଜାତମୁଣ୍ଡିଆ ଗୋଲେଇ ଛକର ରାସ୍ତାକଡ଼ରେ କାର୍‌ ରଖି ଚାଳକଙ୍କ ସମେତ 3 ଜଣ ଦହିବରା ଖାଇବାକୁ ଯାଇଥିଲେ । ଦହିବରା ଖାଇବା ସମୟରେ କାର୍‌ଟି ତଳକୁ ଗଡ଼ିଯାଇ 10 ଫୁଟ୍‌ ତଳକୁ ଖସି ପଡ଼ିଛି । କାର୍‌ଟି ହଠାତ୍ ତଳକୁ ଖସିପଡ଼ିବା ନେଇ ସମସ୍ତେ ଭୟଭୀତ ହୋଇପଡ଼ିଥିଲେ। ଏହି ସମୟରେ କାର୍‌ରେ କେହି ନଥିଲେ । ଫଳରେ ତିନି ଜଣଙ୍କ ଜୀବନ ବଞ୍ଚିଯାଇଛି ।

ଗାଡ଼ି ରଖିଥିବା ସ୍ଥାନଟି ଗଡ଼ଣିଆ ଥିବାରୁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଛି । କାର୍‌ଟିକୁ କ୍ରେନ ସାହାଯ୍ୟରେ ଉଠାଇବାକୁ ଉଦ୍ୟମ କରାଯାଉଛି । କାର୍‌ରେ କିଛି କ୍ଷୟକ୍ଷତି ହୋଇନାହିଁ । 3 ରୁ 4 ଦିନ ତଳେ କାର୍‌ଟି କିଣାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+