Get Updates
Get notified of breaking news, exclusive insights, and must-see stories!

ଦାଉ ସାଝିଲା ଜାତିପ୍ରଥା, ଝିଅ ଅଲଗା ଜାତିରେ ବାହା ହେବାରୁ ମୃତଦେହ ଛୁଇଁଲେନି ଲୋକ

ନବରଙ୍ଗପୁର: ମୃତ୍ୟୁ ପରେ ବି ଦାଉ ସାଝିଲା ଜାତିପ୍ରଥା । ଝିଅ ଅଲଗା ଜାତିରେ ବାହା ହୋଇଥିବାରୁ ମା'ର ମୃତଦେହକୁ ଛୁଇଁଲେନି ଲୋକ । କାନ୍ଧ ଦେବାକୁ ଆସିଲେନି ଗ୍ରାମବାସୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପରଜାବାରଙ୍ଗପଦର ପଞ୍ଚାୟତର ଖାତିଗୁଡା ଗାଁରେ ।

11 ଘଣ୍ଟା ଧରି ପଡ଼ି ରହିଲା ମୃତଦେହ । ଜାତିପ୍ରଥାକୁ ନେଇ ମୃତ୍ୟୁ ପରେ ବି କାନ୍ଧ ଦେବାକୁ ଆସିଲେନି ଗ୍ରାମବାସୀ । ଶେଷରେ ସମାଜସେବୀ ଯୁବକ ମାନଙ୍କ ସହାୟତାରେ ଶବ ସତ୍କାର କରାଯାଇଛି l

dead body

ଖାତିଗୁଡା ଗ୍ରାମରେ ରହୁଥିବା ବିଧବା ମହିଳା ଲକ୍ଷ୍ମୀ ପାତ୍ରଙ୍କ ଝିଅ ଯମୁନା ପାତ୍ର ପାଇକ ଜାତିର ହୋଇଥିବା ବେଳେ ପ୍ରାୟ ପାଞ୍ଚବର୍ଷ ତଳେ ହରିଜନ ସମ୍ପ୍ରଦାୟର ପିତାମ୍ବର ହରିଜନକୁ ଭଲପାଇ ବିବାହ କରିଥିଲେ । ଏହାକୁ ନେଇ ନିଜ ଜାତିର ଲୋକେ ବିରୋଧ କରୁଥିଲେ । ଗତକାଲି ରାତି ନବରଙ୍ଗପୁର ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମୀଙ୍କର ମୃତ୍ୟୁ ହୋଇଥିଲା । ଝିଅ ଯମୁନା ମା'ର ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ଘରକୁ ଆଣିଥିଲେ ।କିନ୍ତୁ ଯମୁନା ଅଜାତିରେ ବାହା ହୋଇଥିବାରୁ ଲକ୍ଷ୍ମୀଙ୍କ ଶବକୁ ସମ୍ପର୍କୀୟମାନେ ଛୁଇଁ ନଇଥିଲେ । ପ୍ରାୟ 11 ଘଣ୍ଟା ଧରି ଶବ ସେମିତି ପଡି ରହିଥିଲା । ସ୍ଥାନୀୟ ପରଜାବାରଙ୍ଗପଦର ପୂର୍ବତନ ଜିଲ୍ଲା ପରିଷଦ ସଦା ଜାନି ଘଟଣାସ୍ଥଳକୁ ଆସି ସମ୍ପର୍କୀୟଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ।

ସ୍ଥାନୀୟ ସରପଞ୍ଚ ବନ୍ଦିତା ନାୟକ ଏବଂ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ ପାଣିଗ୍ରାହୀ ଏ ସମ୍ପର୍କରେ ଖବର ପାଇଥିଲେ । ସରପଞ୍ଚଙ୍କ ସ୍ୱାମୀ ତଥା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସଦାଶିବ ଜାନି, ସମାଜସେବୀ ସୁଶାନ୍ତ ବେହେରା, ପ୍ରମୁଖ ପହଞ୍ଚିଥିଲେ l ସରପଞ୍ଚଙ୍କ ସ୍ୱାମୀ ଏବଂ କୃପାନିଧି ରାଉତ, ବୃଦ୍ଧାଙ୍କ ପୁଅ ଏବଂ ଜଣେ ସମ୍ପର୍କୀୟ ବୃଦ୍ଧାଙ୍କୁ କାନ୍ଧ ଦେଇଥିଲେ। ଇନ୍ଦ୍ରାବତୀ ନଦୀ କୂଳରେ ବୃଦ୍ଧାଙ୍କ ଶବ ସତ୍କାର ହୋଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+