Get Updates
Get notified of breaking news, exclusive insights, and must-see stories!

ସ୍ତନକର୍କଟ ଦୂର କରିବ ନିମ୍ବପତ୍ର, ଓଡ଼ିଆ ବୈଜ୍ଞାନିକଙ୍କ ବଡ଼ ସଫଳତା

ଭୁବନେଶ୍ୱର: ସ୍ତନ କର୍କଟର ଉପଚାର କରିବ ନିମ୍ବ ପତ୍ର । ଏ ନେଇ ଓଡିଆ ବୈଜ୍ଞାନିକଙ୍କୁ ମିଳିଛି ବଡ଼ ସଫଳତା । ଖାଲି ସ୍ତନ କର୍କଟ ନୁହେଁ, ଶରୀରର ଅନ୍ୟ ଅଂଶରେ ଥିବା ମାରାତ୍ମକ କ୍ୟାନସର ସେଲକୁ ବି ନଷ୍ଟ କରୁଛି ନିମ୍ବୋଲାଇଡ୍ ।

ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସର ବୈଜ୍ଞାନିକମାନେ ଗବେଷଣା କରି ଏପରି ଏକ ବଡ଼ ସଫଳତା ପାଇଛନ୍ତି । ବରିଷ୍ଠ ବୈଜ୍ଞାନିକ ଡକ୍ଟର ସଞ୍ଜୀବ ସାହୁଙ୍କ ନେତୃତ୍ୱାଧୀନ ଟିମ୍ ନିମ୍ବ ପତ୍ରରେ ନିମ୍ବୋଲାଇଡ ନାମକ ଏକ ଫାଇଟୋକେମିକାଲ ଥିବାର ଜାଣିବାକୁ ପାଇଛନ୍ତି । ଯାହା ସ୍ତନ କର୍କଟ କୋଷକୁ ନଷ୍ଟ କରିବାରେ ସଫଳ । ନିମ୍ବୋଲାଇଡ ଅନ୍ୟ ପ୍ରକାରର କ୍ୟାନସର ସେଲ୍ ବିରୋଧରେ ମଧ୍ୟ ପ୍ରଭାବଶାଳୀ ବୋଲି ଗବେଷଣା ବେଳେ ପ୍ରମାଣିତ ହୋଇଛି ।

breast cancer

ଅନ୍ତର୍ଜାତୀୟ ସାଇନ୍ସ ଜର୍ଣ୍ଣାଲ ମୋଲିକ୍ୟୁଲାର ଥେରାପି ନ୍ୟୁକ୍ଲିକ୍ ଏସିଡରେ ପ୍ରକାଶିତ ଏହି ଟିମର ଗବେଷଣାରୁ ଜଣାପଡ଼ିଛି ଯେ ନିମ୍ବୋଲାଇଡ୍ ସ୍ତନ କର୍କଟର ସବୁଠାରୁ ଆକ୍ରମଣାତ୍ମକ ରୂପ ଟ୍ରିପଲ ନେଗେଟିଭ୍ ସ୍ତନ କର୍କଟକୁ ମଧ୍ୟ ଆରୋଗ୍ୟ କରିବାରେ ସକ୍ଷମ । ପୂର୍ବରୁ ମୂଷା ଓ ଜେବ୍ରାଫିଶ ଉପରେ ନିମ୍ବୋଲାଇଡର ସଫଳ ପରୀକ୍ଷଣ ହୋଇସାରିଛି ।

ନିମ୍ବୋଲାଇଡର କ୍ୟାନସର ନିରୋଧୀ ଗୁଣ ପୂର୍ବରୁ ଜଣା ପଡ଼ିଥିବା ବେଳେ ଏହା ମଣିଷ ରକ୍ତରେ ମିଶି ନଥିବାରୁ ଏହାକୁ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ଡାକ୍ତର ସାହୁ କହିଛନ୍ତି । ତେବେ ନାନୋ ଟେକ୍ନୋଲୋଜି ବ୍ୟବହାର କରି ଆଇଏଲ୍ଏସ୍ ବୈଜ୍ଞାନିକମାନେ ନିମ୍ବୋଲାଇଡ୍କୁ ମଣିଷ ଶରୀରରେ ବ୍ୟବହାର ପାଇଁ ପ୍ରଭାବୀ କରିବାରେ ସକ୍ଷମ ହୋଇଛନ୍ତି ।

କ୍ୟାନସରଗ୍ରସ୍ତ ମାନବ ସ୍ତନ କୋଷିକାରେ ନିମ୍ବୋଲାଇଡକୁ ସଫଳତାର ସହ ପହଞ୍ଚାଇବା ପାଇଁ ଆମେ ନାନୋମେଡିସିନ ବ୍ୟବହାର କରାଯାଇଛି । ଏହାର କାର୍ଯ୍ୟକାରିତା ପରୀକ୍ଷା କରିବା ପାଇଁ ଦୁଇଟି ପ୍ରି-କ୍ଲିନିକାଲ୍ ମଡେଲ୍ ପ୍ରସ୍ତୁତ କରାଯାଇଥିଲା । ମୂଷା ଓ ଜେବ୍ରାଫିସରେ ରାସାୟନିକ ଇଞ୍ଜେକ୍ସନ ଦେଇ ଟ୍ୟୁମର ସୃଷ୍ଟି କରାଯଆଇ ନିମ୍ବୋଲାଇଡ ଅଣୁ ବ୍ୟବହାର କରି ସେମାନଙ୍କୁ ସୁସ୍ଥ କରାଯାଇଛି ବୋଲି ଡାକ୍ତର ସାହୁ କହିଛନ୍ତି ।

କ୍ୟାନସରର ଚିକିତ୍ସା ପାଇଁ ନିମ୍ବୋଲାଇଡର ବ୍ୟବହାରର ଏକ ମୁଖ୍ୟ ଫାଇଦା ହେଉଛି ଏହା କେବଳ କ୍ୟାନସର କୋଷକୁ ଟାର୍ଗେଟ କରିଥାଏ, କେମୋଥେରାପି ଭଳି ନୁହେଁ ଏହା ସୁସ୍ଥ କୋଷକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ । ନିମ୍ବୋଲାଇଡ ଅଣୁର ଭଲ ଗୁଣି ହେଉଛି ଏହା କେବଳ କ୍ୟାନସର କୋଷକୁ ନଷ୍ଟ କରିଥାଏ ଏବଂ ସାଧାରଣ କୋଷ ଉପରେ ଏହାର କୌଣସି ବିଷାକ୍ତ ପ୍ରଭାବ ପଡୁନାହିଁ ବୋଲି ଡାକ୍ତର ସାହୁ କହିଛନ୍ତି ।

ଆଇଏଲ୍ଏସ୍ ବୈଜ୍ଞାନିକମାନେ ଏବେ ମଣିଷ ଉପରେ ନିମ୍ବୋଲାଇଡର ପ୍ରଭାବକୁ ନେଇ ଗବେଷଣାକୁ ଜୋରଦାର କରୁଛନ୍ତି । ଯଦି ସେମାନଙ୍କର ଗବେଷଣା ସଫଳ ହୁଏ, ତେବେ ଏହା ସ୍ତନ କର୍କଟ ପାଇଁ ଏକ ନୂତନ, ଅଧିକ ପ୍ରଭାବଶାଳୀ ଏବଂ କମ୍ ବିଷାକ୍ତ ଚିକିତ୍ସା ବିକଶିତ କରିପାରେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+