ନିର୍ବାଚନ ଆଗରୁ ପୁଣି ମାତିଲେ ନକ୍ସଲ, ଇନଫର୍ମର ସନ୍ଦେହରେ 3 ଜଣଙ୍କୁ ହତ୍ୟା
ମାଲକାନାଗିରି: ପୁଣି ମାତିଲେ ରକ୍ତମୁଖା ନକ୍ସଲ । ଛତିଶଗଡ଼ ନିର୍ବାଚନ ଆଗରୁ ଭିଆଇଛନ୍ତି ବର୍ବର କାଣ୍ଡ । ପୋଲିସ୍ ଇନ୍ ଫର୍ମର ସନ୍ଦେହରେ ତିନି ଜଣଙ୍କୁ ହତ୍ୟା କରିଛନ୍ତି । ଏଭଳି ଅମାନବୀୟ କାଣ୍ଡ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲା ଅନ୍ତର୍ଗତ ଛୋଟେବେଠିଆ ଥାନା ଅଞ୍ଚଳରେ ।

ମୁର୍ଖେଣ୍ଡି ଗାଁର ତିନି ଜଣ ବ୍ୟକ୍ତିଙ୍କୁ ଗତ ଚାରି ଦିନ ପୂର୍ବରୁ ନକ୍ସଲମାନେ ଉଠାଇ ନେଇଥିଲେ । ଗତକାଲି ସନ୍ଧ୍ୟାରେ ସେମାନଙ୍କୁ ହତ୍ୟା କରି ଗାଁ ମୁଣ୍ଡରେ ଫୋପାଡ଼ି ପଳାଇଛନ୍ତି । ଗ୍ରାମବାସୀ ଓ ପରିବାର ଲୋକେ ସେମାନଙ୍କ ମୃତଦେହକୁ ଏକ ଟ୍ରାକ୍ଟର ସାହାଯ୍ୟରେ ଛୋଟେବେଠିଆ ଥାନାକୁ ଆଣିଥିଲେ ।
ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଛତିଶଗଡ଼ ନିର୍ବାଚନ ପାଇଁ ଜୋରସୋରରେ ପ୍ରଚାର ଚାଲୁଥିବା ବେଳେ ସାଧାରଣ ଲୋକଙ୍କୁ ମାଓବାଦୀ ହତ୍ୟା କରିବା ଘଟଣା ସୁରକ୍ଷାକୁ ନେଇ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ମାଓବାଦୀଙ୍କ ବର୍ବରକାଣ୍ଡକୁ ନେଇ ଓଡ଼ିଶା ସୀମାରେ ଆଲର୍ଟ ଜାରି କରାଯାଇଛି ।












Click it and Unblock the Notifications