ନବୀନଙ୍କ କଡ଼ା କାଉଣ୍ଟର, କହିଲେ ବିଜେଡି ଅଛି ଓ ଶହେ ବର୍ଷ ରହିବ
ଆଜି ବିଜେଡି ପ୍ରତିଷ୍ଠା ଦିବସ । ଶଙ୍ଖ ଭବନରେ ୨୯ତମ ବିଜେଡି ପ୍ରତିଷ୍ଠା ଦିବସକୁ ବେଶ ଧୁମଧାମରେ ପାଳନ କରାଯାଉଛି । ଏହି ଅବସରରେ ସଭାପତି ନବୀନ ପଟ୍ଟନାୟକ ଉତ୍ସବରେ ସାମିଲ ହୋଇ ଦଳୀୟ କର୍ମୀ ଓ ନେତାଙ୍କୁ ଉଦବୋଧନ ଦେଇଛନ୍ତି ।
ଦୀର୍ଘ ଦିନ ହେବା ବିଜେଡିକୁ ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ଉପରେ ବକ୍ତବ୍ୟ ରଖିଛନ୍ତି ସଭାପତି । ପ୍ରତିଷ୍ଠା ଦିବସରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସଭାପତି ନବୀନ ପଟ୍ଟନାୟକ । ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ନାବାଳିକା ଦୁଷ୍କର୍ମ ବଢିଛି, ହେଲେ ସରକାର ଚୁପ୍ ହୋଇ ବସିଛନ୍ତି । ଡବଲ ଇଞ୍ଜିନ ସରକାରରେ ବିକାଶ କାଈଇଁ, ଧାନ ମଣ୍ଡିରେ ଅବ୍ୟବସ୍ଥା, ମିଶନ ଶକ୍ତି ମା ହଇରାଣ, ଶିଶୁ ବି ଓଡ଼ିଶାରେ ସୁରକ୍ଷିତ ନୁହଁନ୍ତି, ଯୁବ ସମାଜ ହତାଶ ।

ଏହାସହିତ ବିଜେଡିକୁ ନେଇ ଯେଉଁ ଅପପ୍ରଚାର ଚାଲିଛି, ତାହା କେବଳ ଅପପ୍ରଚାର । ବିଜେଡିକୁ କେହି କେବେ ଭାଙ୍ଗିପାରିବେନି । ବିଜେଡି ଅଛି ଓ ରହିବ, ଶହେ ବର୍ଷ ପର୍ଯ୍ୟନ୍ତ ବିଜେଡିରାଜ୍ୟରେ ରହିବ । ଓଡ଼ିଶାର ସ୍ୱାର୍ଥ ପାଇଁ ଲଢେଇ ଜାରି ରଖିବ । ଆଜି ପ୍ରତିଷ୍ଠା ଦିବସରେ ଏଭଳି ଦୃଢୋକ୍ତି ବାଢିଛନ୍ତି ବିରୋଧୀ ଦଳ ନେତା ତଥା ସଭାପତି ନବୀନ ପଟ୍ଟନାୟକ ।
-
IPL 2026: ଟସ୍ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ବ୍ୟାଟିଂ କରିବ KKR, ସୂର୍ଯ୍ୟ ପ୍ଲେଇଙ୍ଗ XIରୁ ଆଉଟ୍ -
ଜେଏଏଲ୍ ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ବେଦାନ୍ତର ଆପତ୍ତି, ଅଦାନି ପ୍ରସ୍ତାବକୁ ଆଇନସମ୍ମତ ବୋଲି ମାନ୍ୟତା ଦେଲେ କୋର୍ଟ ଓ CoC -
ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ, ସବୁ ଜିଲ୍ଲାପାଳଙ୍କ ସହ କରିବେ ଆଲୋଚନା -
APSEZ ର ବଡ଼ ପଦକ୍ଷେପ: ଭାରତର ପ୍ରଥମ Port of Refuge ଆରମ୍ଭ








Click it and Unblock the Notifications