Get Updates
Get notified of breaking news, exclusive insights, and must-see stories!

ଆଉ ଦୁଇ ଜିଲ୍ଲାରେ ଶୁଭାରମ୍ଭ ହେବ ‘ଆମ ଓଡ଼ିଶା, ନବାନ ଓଡ଼ିଶା’

ଭୁବନେଶ୍ୱର: ଆଉ ଦୁଇ ଜିଲ୍ଲାରେ ହେବ ବ୍ୟାପକ ବିକାଶ । ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ଶୁଭାରମ୍ଭ ହେବ ଆମ ଓଡ଼ିଶା ନବୀନ ଓଡ଼ିଶା । ଦୁଇ ଜିଲ୍ଲାରେ ବିଭିନ୍ନ ଉନ୍ନୟନ୍ନମୂଳକ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Naveen patnaik

ଖୋର୍ଦ୍ଧା ଜିଲ୍ଲାରେ 95 କୋଟି ଟଙ୍କା ବ୍ୟୟରେ 2763 ଟି ପ୍ରକଳ୍ପ ଏବଂ ଜଗତସିଂହପୁରରେ 99 କୋଟି ଟଙ୍କା ବ୍ୟୟରେ 2922 ଟି ଉନ୍ନୟନ୍ନପ୍ରକଳ୍ପର ଉଦଘାଟନ ହେବ ।

ପ୍ରତି ପଞ୍ଚାୟତ, ପ୍ରତି ଗାଁ ରେ ବିକାଶ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି 'ଆମ ଓଡିଶା ନବୀନ ଓଡିଶା' । ପ୍ରଥମେ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା । ପରେ ପୁରୀ, ନୟାଗଡ଼, ମୟୂରଭଞ୍ଜ, ବରଗଡ଼ ଓ ଦେବଗଡ଼, କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ଏହି ଯୋଜନା ଆରମ୍ଭ କରାଯାଇଛି ।

ସାରା ରାଜ୍ୟରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ 3397 କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନାରେ ରାଜ୍ୟର 6794 ଟି ପଞ୍ଚାୟତ ସାମିଲ ହେବେ । ମୋଟ 90 ହଜାର 723 ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହି ଯୋଜନାରେ ପ୍ରତି ପଞ୍ଚାୟତକୁ 50 ଲକ୍ଷ ଟଙ୍କା ଲେଖାଏଁ ମିଳିବ । ପ୍ରତି ଗାଁରେ ଓଡିଶାର ସଂସ୍କୃତିର ମୂଳଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+