Get Updates
Get notified of breaking news, exclusive insights, and must-see stories!

5 କେଜି ଚାଉଳ କାଟ୍ ଓ ଗ୍ୟାସ ଦର ବୃଦ୍ଧି ନେଇ କେନ୍ଦ୍ର ଉପରେ ବର୍ଷିଲେ ବିଜେଡ଼ି ସୁପ୍ରିମୋ, ମହିଳା ସଶକ୍ତିକରଣ ଉପରେ ଦେଲେ ଜୋର୍

ପଞ୍ଚାୟତ ଓ ନଗର ନିର୍ବାଚନରେ ମା'ମାନଙ୍କର ସଂରକ୍ଷଣକୁ ଆମେ 33 % ରୁ 50 %କୁ ବୃଦ୍ଧି କରିଛୁ । ସେହିପରି ସଂସଦ ଓ ବିଧାନସଭାରେରେ ମା'ମାନଙ୍କ ପାଇଁ 33 % ସଂରକ୍ଷଣ ନେଇ ବିଜୁ ଜନତା ଦଳ ଲଢେଇ ଜାରି ରଖିବ ।

Naveen patnaik

ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳା ସଶକ୍ତିକରଣ ଉପରେ ଜୋର୍ ଦେଇଛନ୍ତି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହିଳାମାନଙ୍କୁ ସମ୍ବୋଧିତ କରି ନବାନ ପଟ୍ଟନାୟକ କହିଛନ୍ତି ମହିଳା ସଶକ୍ତୀକରଣ ବିଜୁ ଜନତା ଦଳର ମୁଖ୍ୟ ଫୋକସ୍‌ । ଆମର ପ୍ରିୟ ନେତା ବିଜୁବାବୁ କେବଳ ଓଡ଼ିଶା ନୁହେଁ, ସାରା ଭାରତରେ ମହିଳା ସଶକ୍ତୀକରଣ ପାଇଁ ନୂଆ ରାସ୍ତା ଦେଖାଇଥିଲେ ।

ନବୀନ ପଟ୍ଟନାୟକ ଆହୁରି କହିଛନ୍ତି, ଆଜି ଓଡ଼ିଶା ମହିଳା ସଶକ୍ତୀକରଣ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ ହୋଇପାରିଛି । ପଞ୍ଚାୟତ ଓ ନଗର ନିର୍ବାଚନରେ ମା'ମାନଙ୍କର ସଂରକ୍ଷଣକୁ ଆମେ 33 % ରୁ 50 %କୁ ବୃଦ୍ଧି କରିଛୁ । ସେହିପରି ସଂସଦ ଓ ବିଧାନସଭାରେରେ ମା'ମାନଙ୍କ ପାଇଁ 33 % ସଂରକ୍ଷଣ ନେଇ ବିଜୁ ଜନତା ଦଳ ଲଢେଇ ଜାରି ରଖିବ ।

ଏହି ସମୟରେ କେନ୍ଦ୍ର ଉପରେ ବର୍ଷିଛନ୍ତି ଶ୍ରୀ ପଟ୍ଟନାୟକ । ସେ କହିଛନ୍ତି, ଆମ ସରକାର ଲୋକମାନଙ୍କୁ ଦେଇଥିବା କିଛି ବି ସୁବିଧା ବନ୍ଦ କରି ନାହିଁ । କେନ୍ଦ୍ର ସରକାର ଗରିବ ଲୋକଙ୍କ ଚାଉଳରୁ ପାଞ୍ଚ କିଲୋ କାଟିଦେଲେ । ସେହିପରି ଏଲ୍‌ପିଜି ଦର ଏବେ ଆକାଶଛୁଆଁ ହେଲାଣି । ଚାଉଳ କାଟ୍ ଓ ଗ୍ୟାସ୍ ଦର ବୃଦ୍ଧି ଯୋଗୁଁ ଆମର ମା'ମାନେ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି । ମୁଁ କେନ୍ଦ୍ରର ଏଭଳି ମହିଳା ବିରୋଧୀ ପଦକ୍ଷେପକୁ କଡା ନିନ୍ଦା କରୁଛି ।

ଏହି ସମୟରେ ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ଆମର ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ମା'ମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିଛି । ନିଷ୍ପତ୍ତି ନେବାରେ ସେମାନଙ୍କ ଗୁରୁତ୍ୱ ବଢିଛି । ମିଶନ ଶକ୍ତି କାର୍ଯ୍ୟକ୍ରମକୁ ମା'ମାନେ ଏକ ସଫଳ କାର୍ଯ୍ୟକ୍ରମ ଭାବେ ଗଢିଛନ୍ତି । ଏସ୍‌ଏଚ୍‌ଜିରୁ ସେମାନେ ଏବେ ଉଦ୍ୟୋଗୀ ହେବାର ନୂଆ ଯାତ୍ରା ଆରମ୍ଭ କରିଛନ୍ତି । ମୁଁ ଚାହେଁ, ଆମର ମା'ମାନେ ସଶକ୍ତ ହୁଅନ୍ତୁ, ସଫଳ ହୁଅନ୍ତୁ ଓ ସେମାନଙ୍କ ଦକ୍ଷତା ନୂଆ ଓଡିଶାର ପରିଚୟ ହେଉ । ବିଜୁ ଜନତା ଦଳ ସବୁବେଳେ ମା ମାନଙ୍କ ପାଇଁ କାମ କରୁଛି ଏବଂ କରି ଚାଲିବ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+