ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ କବିତା ପୁସ୍ତକ 'ବିୟଣ୍ଡ ହିୟର ଆଣ୍ଡ ଅଦର ପୋଏମ୍ସ' ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଦ୍ୱାରା ଲିଖିତ ଇଂରାଜୀ କବିତା ପୁସ୍ତକ ‘ବିୟଣ୍ଡ ହିୟର ଆଣ୍ଡ ଅଦର ପୋଏମ୍ସ'କୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ 61 ଟି କ୍ଷୁଦ୍ର ପଦ୍ୟ ରହିଛି ।
ଭୁବନେଶ୍ୱର : ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଦ୍ୱାରା ଲିଖିତ ଇଂରାଜୀ କବିତା ପୁସ୍ତକ 'ବିୟଣ୍ଡ ହିୟର ଆଣ୍ଡ ଅଦର ପୋଏମ୍ସ'କୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ 61 ଟି କ୍ଷୁଦ୍ର ପଦ୍ୟ ରହିଛି । ଏହି ପୁସ୍ତକ ପ୍ରକାଶକ ହେଉଛନ୍ତି ନୂଆଦିଲ୍ଲୀ ସ୍ଥିତ ହର୍ ଆନନ୍ଦ ପବ୍ଳିକେସନ୍ । ଶ୍ରୀ ସେଠୀଙ୍କ ରଚିତ ଏହି ଏହି କବିତା ପୁସ୍ତକରେ ଜୀବନର ଅନୁଭୂତି, ମୃତ୍ୟୁର ଉପଲବ୍ଧି ଓ ଦାର୍ଶନିକ ଅନୁଧ୍ୟାନର ଏକ ପ୍ରତିଫଳନ । ମୋଟାମୋଟି ଭାବେ ଏହି ପୁସ୍ତକ ଏକ ଯାତ୍ରା ଯାତ୍ରା ଯାହା ଜୀବନର ଅସଂଖ୍ୟ ପ୍ରକାର ଭେଦ ଓ ତାହା ପରର ଅଜ୍ଞାତ ଜଗତକୁ ଖୋଜିବାକୁ ଚେଷ୍ଟା କରିଛି ।

ତେବେ ଏହି ପୁସ୍ତକର ମୁଖବନ୍ଧ ଲେଖିଛନ୍ତି ପ୍ରତିଷ୍ଠିତ କବି ହରପ୍ରସାଦ ଦାସ । 161 ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକ ପ୍ରଚ୍ଛଦ ଆଙ୍କିଛନ୍ତି ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ସାହୁ । ସୂଚନାଯୋଗ୍ୟ ଯେ, ଶ୍ରୀ ସେଠୀ ସମ୍ପ୍ରତି ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟରତ । ଏହା ସହ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି । ଜଣେ ଉଚ୍ଚକୋଟୀର ସାରସ୍ୱତ ସ୍ରଷ୍ଟା ଭାବେ ସେ ପରିଚିତ ।












Click it and Unblock the Notifications