ବିଜୁ ଜୟନ୍ତୀରେ ନବୀନଙ୍କ ଆହ୍ୱାନ : ଲୋକଙ୍କ ସେବାରେ ନିଜ ଜୀବନ ଉତ୍ସର୍ଗ କର
ପ୍ରବାଦପୁରୁଷଙ୍କୁ ମନେ ପକାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ ଲୋକଙ୍କ କାମରେ ନିଜ ଜୀବନକୁ ଉତ୍ସର୍ଗ କରିବା ପାଇଁ ଆହ୍ୱାନ କରିଛନ୍ତି ।
ଭୁବନେଶ୍ୱର : ଆଜି ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗୀୟ ବିଜୁ ପଟ୍ଟନାୟକଙ୍କ 105 ତମ ଜନ୍ମ ଜୟନ୍ତୀ । ସାରା ରାଜ୍ୟ ଆଜିକ ଦିନକୁ ପଞ୍ଚାୟତିରାଜ ଓ ଲୋକସେବା ଦିବସ ଭାବେ ପାଳନ କରୁଛି ।

ଆଜିର ଦିନରେ ପ୍ରବାଦପୁରୁଷଙ୍କୁ ମନେ ପକାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ ଲୋକଙ୍କ କାମରେ ନିଜ ଜୀବନକୁ ଉତ୍ସର୍ଗ କରିବା ପାଇଁ ଆହ୍ୱାନ କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି, "ଓଡ଼ିଆ ସ୍ଵାଭିମାନର ପ୍ରତୀକ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ଜୟନ୍ତୀରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି । ଓଡ଼ିଶାକୁ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ସହ ଲୋକଙ୍କ ସେବାରେ ସେ ନିଜ ଜୀବନ ଉତ୍ସର୍ଗ କରିଥିଲେ । ତାଙ୍କ ଓଡ଼ିଆ ସ୍ଵାଭିମାନ ଓ ନୀତିଆଦର୍ଶକୁ ପାଥେୟ କରି ନୂଆ ଓଡ଼ିଶା ଗଠନ ଦିଗରେ ଆମେ ସଙ୍କଳ୍ପବଦ୍ଧ ।"
ଓଡ଼ିଆ ସ୍ଵାଭିମାନର ପ୍ରତୀକ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ଜୟନ୍ତୀରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି। ଓଡ଼ିଶାକୁ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ସହ ଲୋକଙ୍କ ସେବାରେ ସେ ନିଜ ଜୀବନ ଉତ୍ସର୍ଗ କରିଥିଲେ। ତାଙ୍କ ଓଡ଼ିଆ ସ୍ଵାଭିମାନ ଓ ନୀତିଆଦର୍ଶକୁ ପାଥେୟ କରି ନୂଆ ଓଡ଼ିଶା ଗଠନ ଦିଗରେ ଆମେ ସଙ୍କଳ୍ପବଦ୍ଧ। pic.twitter.com/Jhspd7Drm7
— Naveen Patnaik (@Naveen_Odisha) March 5, 2021












Click it and Unblock the Notifications