ସୁଦୃଢ ହେବ କଳାହାଣ୍ଡି ସ୍ୱାସ୍ଥ୍ୟ ସେବା, ରେଣ୍ଡୋ ମାଝୀ ମେଡିକାଲ୍ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
କଳାହାଣ୍ଡି: ପ୍ରତିଷ୍ଠା ଦିବସରେ କଲାହାଣ୍ଡିକୁ ବଡ଼ ଭେଟି । ଜିଲ୍ଲାରେ ହେବ ସ୍ୱାସ୍ଥ୍ୟ ସେବା । ଉନ୍ନତ ଚିକିତ୍ସା ସହ ମେଡିକାଲ କଲେଜ୍ ଛାତ୍ରଛାତ୍ରୀଙ୍କ ପାଇଁ ଲୋକାର୍ପିତ ହୋଇଛି ରେଣ୍ଡୋ ମାଝୀ ମେଡିକାଲ୍ କଲେଜ ।
ଆଜି କଳାହାଣ୍ଡି ଗସ୍ତରେ ଯାଇ ରେଣ୍ଡୋ ମାଝୀ ମେଡିକାଲ୍ କଲେଜ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମେଡିକାଲ କଲେଜର ଛାତ୍ରଙ୍କ ସହ ଆଲୋଚନା କରିବା ସହିତ ସେଠାରେ କିପରି ସୁବିଧା ସୁଯୋଗ ରହିଛି ସେ ନେଇ ଆଲୋଚନା କରିଛନ୍ତି ।

100 ଆସନ ବିଶିଷ୍ଟ ଏହି ମେଡିକାଲ କଲେଜ ଲୋକାର୍ପିତ ସହ କଳାହାଣ୍ଡି ଦେଖିଲା ବିକାଶର ନୂଆ ସୂର୍ଯ୍ୟୋଦୟ । ଦୀର୍ଘ ଦୁଇ ଦଶନ୍ଧି ଧରି ଜିଲ୍ଲାବାସୀଙ୍କ ମେଡିକାଲ କଲେଜ ଆଶା ପୂରଣ ହୋଇଛି । 481 କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଛି ଭବାନୀପାଟଣା ମେଡିକାଲ କଲେଜ ଓ ହସ୍ପିଟାଲ । 100 ସିଟରେ ନାମଲେଖା ପାଇଁ NMC ଠାରୁ ଅନୁମତି ଦେଇଛି । ଏହି ମେଡିକାଲ କଲେଜ ଓ ହସ୍ପିଟାଲଟିର ନାମ କଳାହାଣ୍ଡି ଜିଲ୍ଲାର ମହାନ ସ୍ଵାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲ ରଖାଯାଇଛି ।
ଏହି ଉଦଘାଟନୀ ଉତ୍ସବରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରାଷ୍ଟ୍ରମନ୍ତ୍ରୀ ଏସ ପି ସିଂହ ବାଘେଲଙ୍କ ସହିତ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ଉପସ୍ଥିତ ଥିଲେ ।












Click it and Unblock the Notifications