ଘରେ ବସି ବୀମା ପାଇଁ ପଞ୍ଜିକରଣ କରିପାରିବେ ସାମ୍ବାଦିକ, ପୋର୍ଟାଲ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସାମ୍ବାଦିକଙ୍କ ବୀମା ଓ ଅନ୍ୟ ସୁବିଧା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ଘରେ ବସି ବୀମା ପାଇଁ ପଞ୍ଜିକରଣ କରିପାରିବେ ସାମ୍ବାଦିକ । ଏ ନେଇ ଏକ ପୋର୍ଟାଲ http://owjws.odisha.gov.in ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱାସ୍ଥ୍ୟ ବୀମା ଏବଂ ଅନ୍ୟାନ୍ୟ ସହାୟତା ପାଇଁ ସାମ୍ବାଦିକମାନଙ୍କୁ ଆଉ ଜିଲ୍ଲା କିମ୍ବା ରାଜ୍ୟ ମୁଖ୍ୟାଳୟକୁ ଆସିବାକୁ ପଡ଼ିବନାହିଁ ।

ଭିସି ଜରିଆରେ ପୋର୍ଟାଲର ଲୋକାର୍ପଣ କରି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । 5 ଟି ନୀତି ଉପରେ ଗୁରୁତ୍ୱ ଦେଇ ପୋର୍ଟାଲ ପ୍ରସ୍ତୁତ ହୋଇଛି । ଏହାଦ୍ୱାରା ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ କାମ କରୁଥିବା ଓଡ଼ିଆ ସାମ୍ବାଦିକମାନେ ଅନଲାଇନରେ ବୀମା ଓ ଅନ୍ୟ ସୁବିଧା ପାଇପାରିବେ ।
ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେଇ ରାଜ୍ୟ ସରକାର ଗୋପବନ୍ଧୁ କର୍ମୀଜୀବୀ ସମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନା କରିଛନ୍ତି । ଚିକିତ୍ସା ପାଇଁ ସାମ୍ବାଦିକ ଓ ତାଙ୍କ ପରିବାରକୁ 2ଲକ୍ଷ ଟଙ୍କା ଦିଆଯାଉଛି । ମୃତ୍ୟୁ ହେଲେ 4ଲକ୍ଷ ସହାୟତା ରାଶି ଯୋଗାଇ ଦିଆଯାଉଛି । ସାମ୍ବାଦିକତା ଏକ ବୃତ୍ତି ନୁହେଁ ଏକ ମିଶନ। ସାମ୍ୱାଦିକମାନେ ସଚେତନ ସମାଜ ଗଠନ ପାଇଁ କାମ ଜାରି ରଖନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଆଜିର ଏହି ଲୋକାର୍ପଣ ଉତ୍ସବରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବିଭାଗୀୟ ସଚିବ ସଞ୍ଜୟ କୁମାର ସିଂହ ଓ ଉତ୍କଳ ପ୍ରସଙ୍ଗ ତଥା ଓଡ଼ିଶା ରିଭ୍ୟୁର ସଂପାଦିକା କସ୍ତୁରୀ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କେତେକ ସାମ୍ବାଦିକ ମଧ୍ୟ ଉପସ୍ଥିତ ଥିଲେ ।












Click it and Unblock the Notifications