ନବରାତ୍ରୀରେ ଘରକୁ ଆଣନ୍ତୁ ଏହି ଜିନିଷ, ଧନବାନ୍ ହେବା ସହ ବଢିବ ଆୟୁଷ
ନବରାତ୍ରୀ ହେଉଛି ଏକ ପବିତ୍ର ପର୍ବ । ଏହାର ଅନେକ ଧାର୍ମିକ ମହତ୍ତ୍ୱ ରହିଛି । ଏହି ପର୍ବ ନଅ ଦିନ ପାଇଁ ପାଳନ କରାଯାଏ । ସନାତନ ଧର୍ମରେ ଶାରଦୀୟ ନବରାତ୍ରୀ ପର୍ବ ବହୁତ ଧୁମଧାମରେ ପାଳନ କରାଯାଏ । ଏହି ପର୍ବ ଦେବୀ ଶକ୍ତି ମାଆ, ଦୁର୍ଗାଙ୍କ ପୂଜା ପାଇଁ ଉତ୍ସର୍ଗୀକୃତ । ମାଆ ଦୁର୍ଗାଙ୍କର ବିଭିନ୍ନ ସ୍ଵରୂପ ନବରାତ୍ରିର 9 ଦିନ ପୂଜା କରାଯାଏ । ପ୍ରତିବର୍ଷ ଶାରଦୀୟ ନବରାତ୍ରୀ ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୋଇଥାଏ ।
ଏଥର ନବରାତ୍ରୀ 15 ଅକ୍ଟୋବରରୁ ଆରମ୍ଭ ହୋଇ 24 ଅକ୍ଟୋବରରେ ଶେଷ ହେବ । ଶାରଦୀୟ ନବରାତ୍ରୀ ସମୟରେ, ଦେବୀ ମାତାଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ ଅନେକ ପୂଜାପାଠ କରନ୍ତି । କୁହାଯାଏ କି ନବରାତ୍ରୀର 9 ଦିନ ଦେବୀ ମାତା ପୃଥିବୀରେ ଭ୍ରମଣ କରି ଭକ୍ତଙ୍କ ଦୁଃଖ ଦୂର କରନ୍ତି ।
ଏଣୁ ନବରାତ୍ର ଦିନଗୁଡିକୁ ଶୁଭ ବୋଲି ମାନିଥାନ୍ତି ଲୋକେ । ତେଣୁ ଦଶହରାରେ ଘରକୁ କିଛି ନୂଆ ଜିନିଷ କିଣି ଆଣିଲେ ଶୁଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ସମୟରେ କେଉଁ ଜିନିଷ ଘରକୁ ଆଣିଲେ ଶୁଭ...

ମାଟିର ଘର
ଏହି ସମୟରେ ଯଦି ଆପଣଙ୍କୁ ମାଟିର ଘର ମିଳିଯାଏ ତେବେ ନିଶ୍ଚିତ କିଣି ଆଣନ୍ତୁ । ନଚେତ ଘରେ ନିଜେ ମାଟିରେ ଘରଟିଏ ତିଆରି କରନ୍ତୁ । ଏହାକୁ ପୂଜା ଦିନମାନଙ୍କରେ ମାଙ୍କ ନିକଟରେ ରଖନ୍ତୁ । ଏପରି କରିବା ଦ୍ୱାରା ସମ୍ପତ୍ତି ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏଥିସିହତ ପରିବାରରେ ଥିବା ବାଦିବିବାଦ ସମାଧାନ ହୋଇଯାଏ ।
ଶୃଙ୍ଗାର
ଦୁର୍ଗା ମାଆଙ୍କୁ ଶୃଙ୍ଗାର ହେବାକୁ ଖୁବ ପସନ୍ଦ । ତେଣୁ ବିବାହିତ ମହିଳାମାନେ ନବରାତ୍ରି କାଳରେ ମାଆ ଦୁର୍ଗାଙ୍କୁ ନାଲି ଓଢଣୀ ସହିତ ସୁହାଗ ସାମଗ୍ରୀ ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ସ୍ୱାମୀଙ୍କ ଆୟୁଷ ବୃଦ୍ଧି ହୋଇଥାଏ । କୁମାରୀମାନେ ଏପରି କରିବା ଦ୍ବାରା ଭଲ ବର ପ୍ରାପ୍ତ ହୋଇଥାଏ ।
ପତାକା
ନବରାତ୍ରୀର ପ୍ରଥମ ଦିନରେ ତିନିକୋଣିଆ ପତାକା କିଣି ଘରକୁ ଆଣିଲେ ଏହା ଶୁଭଦାୟକ ବୋଲି କୁହାଯାଏ । ପତାକାକୁ ସମସ୍ତେ ବିଜୟର ପ୍ରତିକ ବୋଲି ମାନିଥାନ୍ତି । ତେଣୁ ଏପରି କରିବା ଦ୍ବାରା ଆପଣ କେଉଁ ବି ସ୍ଥାନରେ ହାରିବେ ନାହିଁ । ପ୍ରଥମ ଦିନରେ ଏହି ପତାକା କିଣି ନଅ ଦିନ ପର୍ଯ୍ୟନ୍ତ ପୂଜା କରନ୍ତୁ । ଦେଖିବା ଆପଣଙ୍କର ସମସ୍ତ ମନୋକାମନା ପୂରଣ ହେବ।
ରୂପା ସାମଗ୍ରୀ
ନବରାତ୍ର କାଳରେ ଘରକୁ ରୂପାର ଯେ କୌଣସି ବି ସାମଗ୍ରୀ କିଣିଆଣିଲେ ସୌଭାଗ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି। ଏମିତିରେ ରୂପା ସମୃଦ୍ଧିର ପ୍ରତୀକ ହୋଇଥାଏ । ଏଣୁ ନବରାତ୍ରି ଦିନମାନଙ୍କରେ ଘରକୁ ରୂପା ଅଳଙ୍କାର, ବାସନକୁସନ ବା ଏପରି କିଛି କ୍ରୟ କରି ଆଣିଲେ ଘରର ଆର୍ଥିକ ସ୍ଥିତି ମଜଭୁତ ହୋଇଥାଏ । ମାଆଙ୍କୁ ଅର୍ପଣ କରି ଏହି ଜିନିଷ ଆପଣ ପରବର୍ତ୍ତୀ ସମୟରେ ବ୍ୟବହାର କରିବା ଦ୍ବାରା ଆପଣଙ୍କୁ ଲାଭ ମିଳିଥାଏ ।
-
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା, ଆଜି ପାଇଁ ଆଲର୍ଟ ଜାରି -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଶୀଘ୍ର କରନ୍ତୁ ଏହି କାମ -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Odisha Weather: ସତର୍କ କଲା ପାଣିପାଗ ବିଭାଗ, ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା -
ବାରୁଣି ସ୍ନାନ ଅବସରରେ ବୈତରଣୀ କୂଳରେ ହଜାର ହଜାର ଭକ୍ତଙ୍କ ସମାଗମ












Click it and Unblock the Notifications