ହାତୀ ପାଦ ତଳେ ରେଞ୍ଜ ଅଧିକାରୀଙ୍କ ମୃତ୍ୟୁ
ଭବାନୀପାଟଣା: ବଢୁଛି ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ଯାଉଛି ଗୋଟିଏ ପରେ ଗୋଟିଏ ଜୀବନ । କଳାହାଣ୍ଡି ଏମ୍. ରାମପୁରରେ ଦେଖିବାକୁ ମିଳିଛି ହାତୀ ଉପଦ୍ରବ । ହାତୀ ଆକ୍ରମଣରେ କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଅଧିକାରୀ ପ୍ରଶାନ୍ତ କୁମାର ପାଲଙ୍କ ମୃତ୍ୟୁ ହୋଇଛି । ବନ କର୍ମଚାରୀଙ୍କ ସହ ହାତୀ ଘଉଡ଼ାଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ରେଞ୍ଜ ଅଧିକାରୀ । ନର୍ଲା ରେଞ୍ଜ ଅନ୍ତର୍ଗତ ଆମପଡା ଜଙ୍ଗଲରେ ଘଟିଛି ଏହି ଘଟଣା ।

ତେବେ ହାତୀ ଆକ୍ରମଣରେ ମୃତ୍ୟୁ ଘଟଣା ରାଜ୍ୟରେ ବାରମ୍ବାର ଘଟୁଥିବାରୁ ଉଦବେଗ ପ୍ରକାଶ ପାଇବାରେ ଲାଗିଛି ।
ସୂଚନାଥାଉକି, ଦୁଇ ଦିନ ପୂର୍ବରୁ ଅନୁଗୁଳ ଜିଲ୍ଲା ଶରଧାପୁର ଓ ଛେଳିଆପଡା ଗାଁରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କର ପ୍ରାଣହାନି ହୋଇଥିଲା । ମୃତକ ଦୁଇ ଜଣ ଥିଲେ 18 ବର୍ଷିୟ ଯୁବକ ଗୁରୁ ନାଏକ ଓ ବୃଦ୍ଧ ଅଇଁଠୁ ସାହୁ ।












Click it and Unblock the Notifications