ଆଜି ବନ୍ଦ ରହିବ ନନ୍ଦନକାନନ
ଭୁବନେଶ୍ୱର: ଆଜି ବନ୍ଦ ରହିବ ନନ୍ଦନକାନନ । ପର୍ଯ୍ୟଟକ ଆଜି ନନ୍ଦନକାନନ ପ୍ରାଣୀଉଦ୍ୟାନ ବୁଲି ଦେଖିପାରିବେ ନାହିଁ ।
ପ୍ରତି ସୋମବାର ନନ୍ଦନକାନନ ବନ୍ଦ ରହୁଥିବାବେଳେ ଗତକାଲି ନୂଆବର୍ଷ ଥିବାରୁ ଏହାକୁ ଖୋଲା ରଖାଯାଇଥିଲା । ଏଣୁ ତା ପରିବର୍ତ୍ତେ ଆଜି ନନ୍ଦନକାନନକୁ ବନ୍ଦ ରଖାଯାଇଛି । ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଗତକାଲି ନୂଆବର୍ଷରେ 30 ହଜାର 57 ଜଣ ପର୍ଯ୍ୟଟକ ନନ୍ଦନକାନନ ବୁଲିଥିଲେ । ଗତ ଡିସେମ୍ବର 25 ରୁ 31 ତାରିଖ ମଧ୍ୟରେ ମଧ୍ୟରେ 1ଲକ୍ଷ 91 ହଜାର 224 ଜଣ ପର୍ଯ୍ୟଟକ ଆସିଥିଲେ । ଯାହାକି ଗତବର୍ଷ ଗୁଡିକ ତୁଳନାରେ ବହୁ ଅଧିକ ।
ବଡଦିନ ଅବସରରେ 19 ହଜାର 626 ଜଣ ପର୍ଯ୍ୟଟକ ବୁଲିବାକୁ ଆସିଥିଲେ । 27 ତାରିଖରେ 40 ହଜାର 316 ଜଣ ପର୍ଯ୍ୟଟକ, 28 ରେ 31 ହଜାର 237 ପର୍ଯ୍ୟଟକ, 29ରେ 31 ହଜାର 312 ପର୍ଯ୍ୟଟକ ଆସିଥିଲେ । 30 ତାରିଖରେ 32 ହଜାର 201 ପର୍ଯ୍ୟଟକ ଆସିଥିଲେ । ବର୍ଷ ଶେଷ ଅର୍ଥାତ୍ 31 ରେ 36 ହଜାର 532 ପର୍ଯ୍ୟଟକ ଆସିଥିଲେ ।
ଗତବର୍ଷ ଏପ୍ରିଲ 1ରୁ ଡିସେମ୍ବର 31 ପର୍ଯ୍ୟନ୍ତ 1କୋଟି 49 ଲକ୍ଷ 58 ହଜାର 70 ଜଣ ପର୍ଯ୍ୟଟକ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ବୁଲିବାକୁ ଆସିଥିଲେ ।












Click it and Unblock the Notifications