ଆଖି ବୁଜିଲା ବିଜଲୀର ଶାବକ, କମିଲା ସିଂହ ସଂଖ୍ୟା
ଭୁବନେଶ୍ୱର: ଆଖି ବୁଜିଲା 9 ମାସର ସିଂହ ଶାବକ । ଗତ କିଛି ଦିନ ହେବ ଅସୁସ୍ଥ ଥିଲା । ଏହା ପରେ ସିଂହ ଶାବକର ମୃତ୍ୟୁ ହୋଇଛି । ଏହା ପରେ ନନ୍ଦନକାନନରେ ସିଂହ ସଂଖ୍ୟା ହ୍ରାସ ହୋଇଛି ।

9 ମାସ ତଳେ 5 ଟି ସିଂହ ଶାବକକୁ ଜନ୍ମ ଦେଇଥିଲା ସିଂହୀ ବିଜଲୀ । ଗତ କିଛି ଦିନ ହେବ 5ଟି ଯାକ ସିଂହ ଶାବକ ଅସୁସ୍ଥ ହୋଇପଡିଥିଲେ । ସେଥିମଧ୍ୟରୁ ଆଜି ଏକ ଶାବକର ମୃତ୍ୟୁ ହୋଇଛି । ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ । ଆଜି ଓୟୁଏଟିର ଏକ ଟିମ୍ ବ୍ୟବଚ୍ଛେଦ କରିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କୁହାଯାଇଛି ।
ସୂଚନାଥାଉକି, ଗତ 22 ନଭେମ୍ବର 2022 ରେ 5ଟି ଶାବକ ଜନ୍ମ ନେଇଥିଲେ । ମାଆର ସେବା ଯତ୍ନରେ ଶାବକ ମାନେ ଧିରେ ଧିରେ ବଡ଼ ହେଉଥିଲେ । କିନ୍ତୁ ଚଳିତ ମାସ ଆରମ୍ଭରୁ ସମସ୍ତ ଶାବକ ହଠାତ୍ ଅସୁସ୍ଥ ହେବାରେ । ସମସ୍ତ ଶାବକଙ୍କର ଚିକିତ୍ସା କରାଯାଉଥିଲା । ଗତ 17 ତାରିଖରେ ଓୟୁଏଟିର ଏକ ଦୁଇ ଜଣିଆ ମେଡିକାଲ ଟିମ୍ ପ୍ରାଣୀ ଉଦ୍ୟାନ ଗ୍ରସ୍ତ କରି 5 ଶାବକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଆଜି ଏକ ଶାବକର ମୃତ୍ୟୁ ହୋଇଛି । ବର୍ତ୍ତମାନ ନନ୍ଦନକାନନରେ ସିଂହ ସଂଖ୍ୟା 22 କୁ ହ୍ରାସ ପାଇଛି ।












Click it and Unblock the Notifications