ତେଜୁଛି NAC ଦାବି, ବିଭିନ୍ନ ସ୍ଥାନରେ ବନ୍ଦ ପାଳନ

ରାଜ୍ୟର ବିଭିନ୍ନ ସ୍ଥାନରେ ତେଜୁଛି NAC ଦାବି । ନିଜ ନଜ ଅଞ୍ଚଳକୁ ଏନଏସି ଘୋଷମା ଦାବି କରି ପ୍ରତିବାଦ କରୁଛନ୍ତି ବିଭିନ୍ନ ସଙ୍ଗଠନ । ଏହି କ୍ରମରେ ସୋନପୁରର ଉଲୁଣ୍ଡାରେ ବନ୍ଦ ଡାକରା ଦିଆଯାଇଛି । ଉଲୁଣ୍ଡାକୁ ଏନଏସି ଘୋଷଣା, ଯେଏମଏଫସି କୋର୍ଟ, ଏବଂ ସୈନିକ ସ୍କୁଲ ଦାବିରେ ସଚେତନ ନାଗରିକ ଏବଂ ଅଞ୍ଚଳବାସୀ ତରଫରୁ 6 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି ।

ସୂଚନାଥାଉକି, ରାଜ୍ୟସରକାର କିଛି ଦିନ ପୂର୍ବରୁ ବୀରମହାରାଜପୁର ଏବଂ ଡୁଙ୍ଗୁରିପାଲିକୁ ଏନଏସି ଘୋଷଣା କରିଛନ୍ତି । ଏଥିରୁ ଉଲୁଣ୍ଡାକୁ ବାଦ୍‌ ଦେଇଛନ୍ତି । ସେହିପରି ଉଲୁଣ୍ଡାରେ ଯେଏମଏଫସି କୋର୍ଟ ପାଇଁ ପୂର୍ବରୁ ଘୋଷିତ ହୋଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇନାହିଁ । ସୈନିକ ସ୍କୁଲ ପାଇଁ ପ୍ରଶାସନିକ ସ୍ତରରେ ସ୍ଥାନ ନିରୂପଣ ହୋଇଥିଲେ ମଧ୍ୟ ଅଗ୍ରଗତି ହୋଇନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏଣୁ ଆଜି ଉଲୁଣ୍ଡାକୁ ସରକାର ଅବହେଳା କରିଥିବା ପ୍ରତିବାଦରେ ଆଜି ସଚେତନ ନାଗରିକ ଏବଂ ଅଞ୍ଚଳବାସୀଙ୍କ ତରଫରୁ 6 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ସକାଳ 6 ଟାରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ତଥା ଜରୁରୀକାଳୀନ ସେବାକୁ ବାଦ୍ ଦେଇ ସମସ୍ତ ଦୋକାନ ବଜାର, ଯାନବାହାନ ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।

ସେହିପରି ଜଗତସିଂହପୁର କୁଜଙ୍ଗରେ 12 ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ 6 ଟାରୁ ସଂଧ୍ୟା 6ଟା ଯାଏଁ ଏହି ବନ୍ଦ ପାଳନ ହେଉଛି । ଅଞ୍ଚଳର ବଜାରଘାଟ ବନ୍ଦ ଥିବା ଦେଖିବାକୁ ମିଳିଛି । ରାସ୍ତାଘାଟ ଖାଲି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+