ରାଜ୍ୟରେ ତେଜୁଛି NAC ଦାବି, ବିଭିନ୍ନ ସ୍ଥାନରେ ବନ୍ଦ ପାଳନ

ଭୁବନେଶ୍ୱର: ସାରା ରାଜ୍ୟରେ ଜଳୁଛି NAC ଦାବି ନିଆଁ । ବିଭିନ୍ନ ସ୍ଥାନରେ NAC ମାନ୍ୟତା ନେଇ ଉଠିଛି ଦାବି । ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଉଛି । ଏହି କ୍ରମରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଓ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟାରେ ଆଜି ବନ୍ଦ ପାଳନ ହେଉଛି ।

NAC Demand

NAC ଘୋଷଣା ଦାବିରେ ଏହି ଦୁଇଟି ସ୍ଥାନରେ ଆଜି 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସେହିପରି କଳାହାଣ୍ଡି ଜିଲ୍ଲା ଏମ୍ ରାମପୁରରେ 6 ୬ ଘଣ୍ଟିଆ ବନ୍ଦ ପାଳନ କରୁଛନ୍ତି ସ୍ଥାନୀୟ ବାସିନ୍ଦା । ଅନ୍ୟପଟେ ସମ୍ବଲପୁର ଜିଲ୍ଲା ବାମରାରେ ବି ସମାନ ଦାବି ନେଇ, ଆସନ୍ତାକାଲି 12 ଘଣ୍ଟିଆ ବନ୍ଦ ପାଳିବେ ସ୍ଥାନୀୟ ଜନତା ।

ଏପଟେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରକୁ ସବ ଡିଭିଜନ ଘୋଷଣା ଦାବି ନେଇ ଆଜି ବିନିକା ବନ୍ଦ ପାଳୁଛନ୍ତି ବିନିକା ବାସିନ୍ଦା । ସକାଳ 6 ରୁ ସନ୍ଧ୍ୟା 6ଟା ଯାଏ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଯୋଗୁଁ ସହରର ସମସ୍ତ ଦୋକାନବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି ।
ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା, ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା, କଳାହାଣ୍ଡି ଜିଲ୍ଲା ଏମ୍. ରାମପୁର ଓ ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ଆଜି ବନ୍ଦ ପାଳନ କରାଯାଇଛି । ଏ ସମସ୍ତ ସ୍ଥାନକୁ NAC ଘୋଷଣା ଦାବି କରି ବନ୍ଦ ଡାକରା ଦିଆଯାଇଛି ।

ବନ୍ଦରୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଯୋଗୁ ସ୍କୁଲ-କଲେଜ ଏବଂ ଜରୁରୀକାଳୀନ କାର୍ଯ୍ୟକୁ ବାଦ୍‌ ଦିଆଯାଇଛି । ସେପଟେ ଶାନ୍ତିଶୃଙ୍ଖଳା ପାଇଁ ଛକ ଛକରେ ପୋଲିସ ମୁତୟନ ହୋଇଛି । ଯଦି ଆଗାମୀ ଦିନରେ ସରକାର ଏହି ଦାବି ପୂରଣ ନହେଲେ, ତେବେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+