Get Updates
Get notified of breaking news, exclusive insights, and must-see stories!

ନୂଆଖାଇ ପାଇଁ ଲଗ୍ନଧାର୍ଯ୍ୟ, ଏହି ତିଥିରେ ରହିଛି ଶୁଭ ଲଗ୍ନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରିତ ହୋଇଛି । ସମ୍ବଲପୁର ସହରର ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ ମନ୍ଦିର ପରିସରରେ ପଣ୍ଡିତ ମହାସଭାରେ ଏହି ଲଗ୍ନ ନିର୍ଦ୍ଧାରିତ ହୋଇଛି । ଆସନ୍ତା 20 ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିଛା ଲଗ୍ନରେ ସକାଳ 10 ଟା 27 ଲଗ୍ନରୁ ସକାଳ 10 ଟା 42 ଟା 42 ମଧ୍ୟରେ ଶୁଭ ଲଗ୍ନ ରହିଛି । ପଣ୍ଡିତ ମହାସଭାରେ ନିର୍ଦ୍ଧାରିତ ଅନୁସାରେ ଏହି ସମୟରେ ପଶ୍ଚିମ ଓଡିଶାର ଇଷ୍ଟଦେବୀ ମା' ସମଲେଶ୍ୱରୀଙ୍କଠାରେ ନବାନ୍ନ ଲାଗି କରାଯିବ । ପରେ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରିବେ ।

nua khai

ପ୍ରଥମେ ବିଦ୍ୱାନ, ପଣ୍ଡିତ ପହଞ୍ଚି ବିଷ୍ଣୁ ସହସ୍ର ନାମ ପାଠ କରିଥିଲେ । ଏହା ପରେ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ର ଗଣନା କରି ଏହି ଲଗ୍ନ ନିର୍ଦ୍ଧାରଣ ହୋଇଥିଲା । ପଣ୍ଡିତ ମଣ୍ଡଳୀ ପାଞ୍ଜି ଦେଖିବା ପରେ ଲଗ୍ନ ନିର୍ଦ୍ଧାରଣ ହୋଇଥିଲା । ସେହି ଲଗ୍ନ ପତ୍ରକୁ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ସଦସ୍ୟ ଓ ମନ୍ଦିର ପୂଜକ ଯାଇ ମାଁ ସମଲେଶ୍ବରୀଙ୍କଠାରେ ଲଗ୍ନପତ୍ର ପ୍ରଦାନ କରିବେ । ଲଗ୍ନ ଅନୁସାରେ ପ୍ରଥମେ ମାଁ ସମଲେଶ୍ବରୀଙ୍କଠାରେ ନବାନ୍ନ ଲାଗିହେବା ପରେ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରିବେ ।

ଏହି ପଣ୍ଡିତ ମହାସଭାରେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟର ସରୋଜ ଦଳପତି, ଶୁଭେନ୍ଦୁ ମିଶ୍ର, ସଂଜୟ କୁମାର ମିଶ୍ର, ସୀତାକାନ୍ତ ପାଣିଗ୍ରାହୀ, ପ୍ରାଣ ରଂଜନ ପଣ୍ଡା, ପାର୍ଥ ସାରଥୀ ମିଶ୍ର ଓ ଶୁଭେନ୍ଦୁ ପଣ୍ଡା ଉପସ୍ଥିତ ଥିଲେ। ସେହିପରି ବୈଠକରେ ପଣ୍ଡିତ ରବିନାରାୟଣ ପଣ୍ଡା, ପଣ୍ଡିତ ଗୋପୀନାଥ ପଣ୍ଡା, ପଣ୍ଡିତ ସଚ୍ଚିଦାନନ୍ଦ ପ୍ରସାଦ ମିଶ୍ର, ପଣ୍ଡିତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ପଣ୍ଡିତ ଲକ୍ଷ୍ମଣ ବେହେରା ଓ ପଣ୍ଡିତ କୃଷ୍ଣକାନ୍ତ ପାଣିଗ୍ରାହୀ ଯୋଗ ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+