ସତ ଓଗାଳିବ ଗୋପାଳ, ଗାନ୍ଧୀନଗରରେ ଚାଲିଛି ପଲିଗ୍ରାଫ୍ ଟେଷ୍ଟ
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସର ହେଉଛି ପଲିଗ୍ରାଫ୍ ଟେଷ୍ଟ । ଗୁଜରାଟ ଗାନ୍ଧୀନଗରରେ ଫରେନସିକ୍ ଲ୍ୟାବରେ କରାଯାଉଛି ଏହି ଟେଷ୍ଟ୍ ।

ଉଲ୍ଲେଖ ଥାଉକି, ଗତକାଲି ଠାରୁ ଗୋପାଳକୁ ଗୁଜରାଟ ଗାନ୍ଧୀନଗରକୁ ଏହି ସମସ୍ତ ଟେଷ୍ଟ ପାଇଁ ଗୁଜୁରାଟ ନିଆଯାଇଛି । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଆଠ ଜଣିଆ ଟିମ୍ ଗୋପାଳକୁ ନେଇ ନାର୍କୋ ଟେଷ୍ଟ ପାଇଁ ଯାଇଛି । ଜେରାବେଳେ ଅନେକ ଗୁମର ଖୋଲିଛି ଅଭିଯୁକ୍ତ । ମାତ୍ର ସେସବୁ କେତେ ଠିକ୍ ? କ୍ରାଇମବ୍ରାଞ୍ଚ ଆଗରେ ଗୋପାଳ ଦେଇଥିବା ବୟାନ ସତ ନା ମିଛ ତା ଜାଣିବାକୁ ଚେଷ୍ଟା କରୁଛି କ୍ରାଇମବ୍ରାଞ୍ଚ ।












Click it and Unblock the Notifications