ନବ ଦାସ ହତ୍ୟାକାଣ୍ଡ : ଦୋଷ ସାବ୍ୟସ୍ତ ହେଲେ ଗୋପାଳକୁ ମିଳିବ କେଉଁ ଦଣ୍ଡ ?
ନବ ଦାସ ହତ୍ୟାକାଣ୍ଡ : ଝାରସୁଗୁଡ଼ାର ଦିବଙ୍ଗତ ନେତା ନବ ଦାସଙ୍କ ହତ୍ୟାକାଣ୍ଡରେ ଅଭିଯୁକ୍ତ ଗୋପାଳ ଦାସକୁ ନେଇ ଫିଟୁଛି ଗୋଟିଏ ପରେ ଗୋଟିଏ ଗୁମର । ଗତ 26 ତାରିଖରେ କୋର୍ଚରେ ହାଜର ସମୟରେ ଗୋପାଳ ନିଜ ଦୋଷ ସ୍ୱୀକାର କରିଥିବା ନେଇ ମଧ୍ୟ ଜଣାପଡ଼ିଛି । ଏହା ସହ ହତ୍ୟା ସମୟରେ ହଜାର ହଜାର ଲୋକ ମଧ୍ୟ ପ୍ରତ୍ୟେକ୍ଷଦର୍ଶୀ ରହିଛନ୍ତି । ଗିରଫ ପରେ ଗୋପାଳର ପଲିଗ୍ରାଫ୍ ଟେଷ୍ଟ ମଧ୍ୟ ହୋଇଥିଲା । କିନ୍ତୁ କୋର୍ଟରେ ପଲିଗ୍ରାଫ୍ ଟେଷ୍ଟ ତଥ୍ୟା ପ୍ରମାଣ ହିସାବରେ ଗ୍ରହଣ ହେବ ନାହିଁ ବୋଲି କହିଛନ୍ତି ବରିଷ୍ଠ ଓକିଲ ।

କିନ୍ତୁ ଏହାକୁ ପାରିପାର୍ଶ୍ୱିକ ପ୍ରମାଣ ବା ସହାୟକ ପ୍ରମାଣ ଭାବେ ଗ୍ରହଣ କରାଯାଇ ପାରେ । ହତ୍ୟାକାଣ୍ଡ ଘଟଣାରେ ଥିବା ଶହ ଶହ ପ୍ରତ୍ୟକ୍ଷଦର୍ଶୀ ପୋଲିସ ନିକଟରେ ସାକ୍ଷ୍ୟ ପ୍ରଦାନ କରିଥିବେ । ସେମାନଙ୍କୁ ପୋଲିସ ରାଜସାକ୍ଷୀ ଭାବେ କୋର୍ଟରେ ଉପସ୍ଥାପିତ କରିବ ।
ଏହା ସହିତ ଚାର୍ଜ ବେଳେ ଗୋପାଳ ଦାସ ନିଜେ ହତ୍ୟାକାରୀ ବୋଲି ସ୍ୱୀକାର କଲେ ତାକୁ କିଭଳି ବିଚାରପତି ଗ୍ରହଣ କରୁଛନ୍ତି ତାହା ଦେଖିବାର କଥା । ଏହା ରେୟାରେଷ୍ଟ ଅଫ ରେୟାର ବା ବିରଳରୁ ଅତି ବିରଳ ଅପରାଧ ବୋଲି ବିବେଚିତ ହେଲେ ଫାଶୀ ଦଣ୍ଡ ମିଳିପାରେ । ନଚେତ ଆଜୀବନ କାରାଦଣ୍ଡ ଭୋଗିବ ଅଭିଯୁକ୍ତ ଗୋପାଳ ଦାସ । ତେବେ ଶହ ଶହ ସଂଖ୍ୟାରେ ପ୍ରତ୍ୟକ୍ଷଦର୍ଶୀ ଥିବାରୁ ଗୋପାଳକୁ ସଜ୍ଜା ହେବା ନିଶ୍ଚିତ ବୋଲି ମତ ରଖିଛନ୍ତି ବରିଷ୍ଠ ଓକିଲ ।
ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଗତ 26 ରେ ଝାରସୁଗୁଡ଼ା ଜିଲ୍ଲା ଦୌରା ଜଜ୍ କୋର୍ଟରେ ହାଜର କରାଯାଇଥିଲା । ଏହି ସମୟରେ ଗୋପାଳ ନିଜ ଦୋଷ ସ୍ୱୀକାର କରିବାକୁ ରାଜି ଥିବା ନେଇ କହିଥିଲା । ଜଜ୍ କହିଥିଲେ, ଏବେ ନୁହେଁ, ଚାର୍ଜ ଫ୍ରେମ୍ ବେଳେ ଏକଥା କହିବ । ଆସନ୍ତା 8 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ସୂଚନାଥାଉ କି, ଗତ ଜାନୁଆରୀ 29 ତାରିଖରେ ବ୍ରଜରାଜନଗର ଗାନ୍ଧି ଛକ ନିକଟରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲା ଗୋପାଳ । ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଥିବା ବେଳେ ମେ' 26 ରେ ମାମଲାର ଅନ୍ତରୀଣ ଚାର୍ଜସିଟ ଦାଖଲ କରିଥିଲା କ୍ରାଇମବ୍ରାଞ୍ଚ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications