ନବ ଦାସ ହତ୍ୟାକାଣ୍ଡ: ସତ ଓଗାଳିବାକୁ ଗୁଜୁରାଟ ଯିବ ଗୋପାଳ !
ହତ୍ୟାକାଣ୍ଡର ପ୍ରକୃତ କାରଣ ଜାଣିବାକୁ ଗୋପାଳର ନାର୍କୋ ଟେଷ୍ଟ କରାଯିବ । ନାର୍କୋ ଟେଷ୍ଟ ପାଇଁ ଗୋପାଳ ରାଜି ହୋଇଛି । ଏପରିକି ଏ ନେଇ କୋର୍ଟ ମଧ୍ୟ ଅନୁମତି ଦେଇଛନ୍ତି ।

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ମୂଳ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନି । ହତ୍ୟାକୁ 10 ଦିନ ବିତି ଯାଇଥିଲେ ମଧ୍ୟ ତଦନ୍ତକାରୀ ଦଳର ହାତ ଖାଲି ପଡ଼ିଛି । ହତ୍ୟା ଅଭିଯୁକ୍ତ ଗୋପାଳକୁ ରିମାଣ୍ଡ ପରେ ରିମାଣ୍ଡରେ ନେଉଛି କ୍ରାଇମବ୍ରାଞ୍ଚ । କିନ୍ତୁ ଏପର୍ଯ୍ୟନ୍ତ କୌଣସି ଠୋସ୍ କାରଣ ଖୋଜିପାଇନି । ଏହି ସମୟରେ ଗୋପାଳକୁ ପଚରାଉଚୁରା ପାଇଁ ଆଉ 5 ଦିନ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ।
ବର୍ତ୍ତମାନ ହତ୍ୟାକାଣ୍ଡର ପ୍ରକୃତ କାରଣ ଜାଣିବାକୁ ଗୋପାଳର ନାର୍କୋ ଟେଷ୍ଟ କରାଯିବ । ନାର୍କୋ ଟେଷ୍ଟ ପାଇଁ ଗୋପାଳ ରାଜି ହୋଇଛି । ଏପରିକି ଏ ନେଇ କୋର୍ଟ ମଧ୍ୟ ଅନୁମତି ଦେଇଛନ୍ତି । ନାର୍କୋ ଟେଷ୍ଟ ସହ ଗୋପାଳର ପଲିଗ୍ରାଫ୍ ଟେଷ୍ଟ ହେବ । ଗୋପାଳ ଦାସର ନାର୍କୋ ଟେଷ୍ଟ ପାଇଁ ତାକୁ ଗୁଜରାଟର ଗାନ୍ଧୀ ନଗର ନିଆଯିବ ବୋଲି ଜଣାପଡଡ଼ିଛି ।
ଗୁଜୁରାଟର ଅହମ୍ମଦାବାଦରେ ଗୋପାଳର ନାର୍କୋ ଟେଷ୍ଟ ହେବ ବୋଲି ଜଣାପଡିଛି । ମିଳିଥିବା ସୂଚନା ମୁତାବକ ଗୋପାଳକୁ ଝାରସୁଗୁଡା ବିମାନବନ୍ଦରରୁ କୋଲକାତା ନିଆଯିବ । ସେଠାରୁ ଗୁଜୁରାଟର ଅହମ୍ମଦାବାଦକୁ ନିଆଯିବ । ଅନ୍ୟପଟେ ଗୋପାଳର ପଲିଗ୍ରାଫ ଟେଷ୍ଟ ଭୁବନେଶ୍ୱରରେ ହେବ ।
ଆପଣଙ୍କୁ କହି ରଖୁଛୁ ଗୋପାଳକୁ ତୃତୀୟ ଥର ପାଇଁ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି । ଗୋପାଳକୁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିଥିବାବେଳେ ଜେଏଫଏମସି କୋର୍ଟ ଅନୁମତି ଦେଇଛନ୍ତି ।












Click it and Unblock the Notifications