ନବ ଦାସଙ୍କ ହତ୍ୟା ମାମଲା: ଜେଲ୍ ଗଲା ଗୋପାଳ

JMFC କୋର୍ଟରେ ହାଜର ହେବା ପରେ ଜେଲ୍ ଗଲା ଅଭିଯୁକ୍ତ ଗୋପାଳ ଦାସ । ଝାରସୁଗୁଡା ଉପକାରାଗାରକୁ ଗୋପାଳକୁ ନେଲା କ୍ରାଇମବ୍ରାଞ୍ଚ ।

Naba Das Murder Case

ଜେଲ୍ ଗଲା ଅଭିଯୁକ୍ତ ଗୋପାଳ ଦାସ
ଝାରସୁଗୁଡା:ନବ ଦାସଙ୍କ ହତ୍ୟା ମାମଲା । JMFC କୋର୍ଟରେ ହାଜର ହେବା ପରେ ଜେଲ୍ ଗଲା ଅଭିଯୁକ୍ତ ଗୋପାଳ ଦାସ । ଝାରସୁଗୁଡା ଉପକାରାଗାରକୁ ଗୋପାଳକୁ ନେଲା କ୍ରାଇମବ୍ରାଞ୍ଚ । ୩ ପର୍ଯ୍ୟୟ ରିମାଣ୍ତ ଶେଷ ହେବା ପରେ କୋର୍ଟରେ ହାଜର କରାଯାଇଥିଲା ।

୧୩ ଦିନ ଧରି ଗୋପାଳକୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ

ଗାନ୍ଧିନଗରରେ ପଲିଗ୍ରାଫ୍, ନାର୍କୋ ଟେଷ୍ଟ ପରେ ଗତ ରାତିରେ ଗୋପାଳକୁ ଝାରସୁଗୁଡା ଅଣାଯାଇଥିଲା । ଆଜି ତୃତୀୟ ପର୍ଯ୍ୟାୟ ରିମାଣ୍ତ ଅବିଧି ଶେଷ ହୋଇଛି । କାହିଁକି ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲା କାରଣ ଜାଣିବା ପାଇଁ ୧୩ ଦିନ ଧରି ଗୋପାଳକୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ । ହେଲେ ଏବେ ବି କାରଣ ଅସ୍ପଷ୍ଟ ରହିଛି ।

ନାର୍କୋ ଟେଷ୍ଟ କରାଯାଇଥିଲା

ଗୋପଳକୁ ୩ୟ ପର୍ଯ୍ୟାୟରେ ୧୩ ଦିନିଆ ରିମାଣ୍ତରେ ନିଆଯାଇ ଏଲଭିଏ, ନାର୍କୋ ଓ ପଲିଗ୍ରାଫ୍ ଟେଷ୍ଟ କରି ମର୍ଡର ମିଷ୍ଟ୍ରି ଖୋଲିବା ପାଇଁ ଉଦ୍ୟମ କରାଯାଇଥିଲା । ହେଲେ ଅଭିଯୁକ୍ତ ଦେଇଥିବା ପ୍ରଥମ ବୟାନରେ ଯାହା କହିଥିଲା ଏ ସମସ୍ତ ପ୍ରକ୍ରିୟାରେ ମଧ୍ୟ ସେ ନିଜ ବୟାନରେ ଅଟଳ ରହିଥିବା ନେଇ ସୂଚନା ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ୍ ପକ୍ଷରୁ ଏହି ଘଟଣାକୁ ନେଇ କୌଣସି ସୂଚନା ମିଳିପାରି ନାହିଁ ।

ଗୋପାଳ ଦାସ ଜଣେ ସାର୍ପ ସୁଟର

ସେପଟେ, ଗୋପାଳ ଦାସ ଜଣେ ସାର୍ପ ସୁଟର ବୋଲି କ୍ରାଇମବ୍ରାଞ୍ଚ ଜାଣିବା ପାଇଁ ପାଇଛି । ଗତ ଡିସେମ୍ବର ମାସରେ ଜିଲ୍ଲା ପୋଲିସ ପକ୍ଷରୁ ତାଙ୍କୁ ବନ୍ଧୁକ ଚାଳନାରେ ଉତ୍ତମ ପ୍ରଦର୍ଶନ କରିଥିବାରୁ ପୁରସ୍କୃତ କରାଯାଇଥିଲା । ଏଚନେଇ ଜିଲ୍ଲା ପୋଲିସକୁ ସମସ୍ତ ରେକର୍ଡ ମାଗିଛି କ୍ରାଇମବ୍ରାଞ୍ଚ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+