Naba Das Murder Case : ଦୋଷ ସ୍ୱୀକାର କଲା ଗୋପାଳ ! କୋର୍ଟରେ କଣ କହିଲା....
Naba Das Murder Case : ଦିବଙ୍ଗତ ନେତା ନବ ଦାସ ହତ୍ୟାକାଣ୍ଡ ମାମଲାରେ ଦୋଷ ସ୍ୱୀକାର କରିଛି ଅଭିଯୁକ୍ତ ଗୋପାଳ । କୋର୍ଟ ରୁମରେ ନିଜ ଦୋଷ ସ୍ୱୀକାର କରିବାକୁ ରାଜି ଅଛି ବୋଲି କହିଛି ଗୋପାଳ ଦାସ । ଏ ନେଇ ସୂଚନା ଦେଇଛନ୍ତି ଆଇନଜୀବୀ ସତ୍ୟ ବହିଦାର ।

ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଆଜି ଝାରସୁଗୁଡ଼ା ଜିଲ୍ଲା ଦୌରା ଜଜ୍ କୋର୍ଟରେ ହାଜର କରାଯାଇଥିଲା । କଟକ ଚୌଦ୍ୱାର ଜେଲ୍ରୁ କଡ଼ା ସୁରକ୍ଷା ମଧ୍ୟରେ ନେଇ ଗୋପାଳକୁ କ୍ରାଇମବ୍ରାଞ୍ଚ କୋର୍ଟରେ ହାଜର କରିଥିଲା । ଆସନ୍ତା 8 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଅନ୍ୟପକ୍ଷେ, ମାମଲାକୁ ଏଡିଜେ କୋର୍ଟକୁ ସ୍ଥାନାନ୍ତର କରାଯାଇଛି ।
ଗୋପାଳ ଦୋଷ ସ୍ୱୀକାର କରିବି ବୋଲି କହିବା ସହ ମୁଣ୍ଡିଆ ମାରି କୋର୍ଟ ଭିତରକୁ ଯାଇଥିବା ଆଇନଜୀବୀ ସତ୍ୟ ବହିଦାର କହିଛନ୍ତି । ଗୋପାଳର ମନ୍ତବ୍ୟ ନେଇ ଆଇନଜୀବୀ ସତ୍ୟ ବହିଦାର କହିଛନ୍ତି, 'ଜଜ୍ଙ୍କୁ ଗୋପାଳ କହିଥିଲା ଯେ- ମୁଁ ଦୋଷ ସ୍ୱୀକାର କରିବାକୁ ପ୍ରସ୍ତୁତ ଅଛି । ଜଜ୍ କହିଥିଲେ, ଏବେ ନୁହେଁ, ଚାର୍ଜ ଫ୍ରେମ୍ ବେଳେ ଏକଥା କହିବ' ।
ସୂଚନାଥାଉ କି, ଗତ ଜାନୁଆରୀ 29 ତାରିଖରେ ବ୍ରଜରାଜନଗର ଗାନ୍ଧି ଛକ ନିକଟରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲା ଗୋପାଳ । ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଥିବା ବେଳେ ମେ' 26 ରେ ମାମଲାର ଅନ୍ତରୀଣ ଚାର୍ଜସିଟ ଦାଖଲ କରିଥିଲା କ୍ରାଇମବ୍ରାଞ୍ଚ ।












Click it and Unblock the Notifications