Naba Das Murder Case: ପଲିଗ୍ରାଫ ଟେଷ୍ଟ ସମୟରେ ଗୋପାଳକୁ ପଚରାଯାଇଥିବା 26 ପ୍ରଶ୍ନ
ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ପ୍ରଭାବଶାଳୀ ଦିବଙ୍ଗତ ନେତା ନବ ଦାସଙ୍କ ହତ୍ୟାକୁ ଆଜି 6 ମାସ ପୁରିଛି । ଏହା ପରେ ବି ଏହି ମାମଲାରେ ଚାଲିଛି ଖୋଳତାଡ଼ । ଏହି ହତ୍ୟାକାଣ୍ଡ ପଛରେ ଗୋପାଳ ଏକା ନା ଆଉ କାହାର ହାତ ଅଛି, କିଛି ପୂର୍ବ ଶତ୍ରୁତା ପାଇଁ ହତ୍ୟା କରିଛି କି ଗୋପାଳ ? ନବ ଦାସଙ୍କ ଆଡ଼ୁ ଗୋପାଳ ପ୍ରତି କିଛି ବିପଦ ଥିଲା କି ? ଆଦି ପ୍ରଶ୍ନର ଉତ୍ତର ଆଜିବି ଖୋଜା ଯାଉଛି ।

ତେବେ ଘଟଣାସ୍ଥଳରୁ ବନ୍ଧୁକ ସହ ଗିରଫ ହୋଇଥିବା ଗୋପାଳ ଏହି ମାମଲାରେ ଗୋଟିଏ ପରେ ଗୋଟିଏ ଗୁମର ଫିଟାଉଛି । ଏପରିକି ସେ ହତ୍ୟା କରିଛି ବୋଲି ନିଜ ଦୋଷ ସ୍ୱୀକାର କରିବାକୁ ରାଜି ଅଛି ବୋଲି କୋର୍ଟରେ ଜଜ୍ ଙ୍କ ଆଗରେ କହିଥିବା ଜଣାପଡ଼ିଛି ।
ତେବେ ଗିରଫ ପରେ ମାମଲରା ତଦନ୍ତ ସମୟରେ କ୍ରାଇମବ୍ରାଞ୍ଚ ଗୋପାଳକୁ ଅନେକ ପ୍ରଶ୍ନ କରିଛି । ଏହି ସମୟରେ ହୋଇଥିବା ପଲିଗ୍ରାଫ୍ ଟେଷ୍ଟର ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି । ଏହି ଟେଷ୍ଟ ସମୟରେ ଅନେକ ପ୍ରଶ୍ନର ଉତ୍ତର ଦେଇ ବିଭିନ୍ନ ସତ ଓଗାଳିଛି ଗୋପାଳ ।
ପଲିଗ୍ରାଫ୍ ଟେଷ୍ଟ ସମୟରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ନବ ଦାସଙ୍କ ଆଡ଼ୁ ତା ଜୀବନ ପ୍ରତି ବିପଦ ଥିବା, ନବ ଦାସଙ୍କ ଲୋକ ତାଙ୍କୁ ଧମକ ଦେଉଥିବା ଏପରିକି ନବ ଦାସ ଅନେକ ଅନ୍ୟାୟ କରୁଥିଲେ, ସେ ବିଜେଡ଼ି ଓ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ଖରାପ କରୁଥିଲେ... ତେଣୁ ତାଙ୍କୁ ହତ୍ୟା କରିଛି ବୋଲି ଗୋପାଳ କହିଥିବା ନେଇ ଜଣାପଡ଼ିଛି ।
ତେବେ ପଲିଗ୍ରାଫ୍ ସମୟରେ ଗୋପାଳକୁ 26 ଟି ପ୍ରଶ୍ନ ପଚରାଯାଇଥିଲା । ଏଥିରୁ ସେ 13 ଟି ପ୍ରଶ୍ନର ଉତ୍ତର ହଁ କହିଥିବା ବେଳେ ବାକି 13 ପ୍ରଶ୍ନର ଉତ୍ତର ଥିଲା 'ନା' ।
ଗୋପାଳ 'ନା' କହିଥିବା ପ୍ରଶ୍ନ-
- ଝିଆରୀକୁ ଚାକିରି ଦେଲେନି ବୋଲି ଗୋପାଳକୁ ହତ୍ୟା କରିଛ କି ?
- କୌଣସି ରାଜନୈତିକ ନେତା ଚାପରେ ନବ ଦାସଙ୍କୁ ହତ୍ୟା କରିଛ କି ?
- ନକ୍ସଲବାଦୀଙ୍କ ସହ ମିଶି ନବ ଦାସଙ୍କୁ ହତ୍ୟା କରିଛ କି ?
- କୌଣସି ବରିଷ୍ଠ ଅଧିକାରୀ ନବ ଦାସଙ୍କୁ ହତ୍ୟା କରିବାକୁ କହିଥିଲେ କି ?
- 29/01/2023 ରେ ନବ ଦାସଙ୍କୁ ହତ୍ୟା କରିବାକୁ ତାଙ୍କ ଶତ୍ରୁଙ୍କ ସହ ମିଶି ଯୋଜନା କରିଥିଲ କି ?
- ନବ ଦାସଙ୍କୁ ହତ୍ୟା କରିବା ପରେ ଦଣ୍ଡରୁ ବର୍ତ୍ତିବା ପାଇଁ ମାନସିକ ରୋଗ ଥିବା କଥା କହିଥିଲ କି ?
- ନବ ଦାସଙ୍କ ଲୋକଙ୍କ ଧମକ ପାଇଁ ତାଙ୍କୁ ହତ୍ୟା କରିଛ ... ଏ କଥା ନିଜକୁ ବଞ୍ଚାଇବା ପାଇଁ କହୁଛ କି ?
- ନବ ଦାସଙ୍କୁ ହତ୍ୟା କରିବାକୁ କେହି ଉସକାଇଥିଲେ କି ?
- ନବ ଦାସ ତୁମକୁ ମାରିବାକୁ ଧମକ ଦେଇଥିଲେ କି ?
- ନବ ଦାସଙ୍କୁ ହତ୍ୟା କରିବାକୁ କେହି ତୁମକୁ ସୁପାରି ଦେଇଥିଲେ କି ?
- ତୁମକୁ ଦୁର୍ନୀତି କରିବାକୁ ନବ ଦାସ ବାରଣ କରିଥିଲେ କି ?
- 29/01/2023 ରେ ଘଟଣାସ୍ଥଳରେ ତୁମେ 4 ରାଉଣ୍ଡ ଫାୟାରିଂ କରିଥିଲ କି ?
- ନବ ଦାସଙ୍କୁ କୌଣସି ନିଜ ଶତ୍ରୁତା ପାଇଁ ହତ୍ୟା କରିଛ କି ?
ଏମିତି ଆଉ 13 ପ୍ରଶ୍ନ ଅଛି ଯାହାର ଉତ୍ତର ରେ ଗୋପାଳ 'ହଁ' କହିଛି । ଗୋପାଳ ହଁ କହିଥିବା ପ୍ରଶ୍ନ -
- 2010 ରେ ତୁମେ ନବଙ୍କ ଟଙ୍କା ଭର୍ତ୍ତି ଗାଡିକୁ ଛାଡି ନ ଥିଲ ବୋଲି ନବ ତୁମ ଉପରେ ରାଗିଥିଲେ କି ?
- ନବ ଦାସଙ୍କ ଲୋକଙ୍କୁ ମାରପିଟ କରିବା, ଗାଳି ଦେବାକୁ ନେଇ ନବ ଆପଣଙ୍କ ଉପରେ ରାଗି ଥିଲେ କି ?
- ନବଙ୍କ ଲୋକ ତୁମକୁ ହତ୍ୟା ଧମକ ଦେଉଥିଲେ କି ?
- ନବଙ୍କଠାରୁ ପ୍ରତିଶୋଧ ନେବା ପାଇଁ ତାଙ୍କୁ ହତ୍ୟା ଯୋଜାନା କରିଥିଲେ କି ?
- ନବଙ୍କୁ ମାରିବା ପାଇଁ ତୁମା ମାନସିକ ରୋଗ ପାଇଁ ଖାଉଥିବା ଔଷଧ ବନ୍ଦ କରି ଦେଇଥିଲେ କି ?
- ନବ ଦସ ପକ୍ଷରୁ ଧମକ ମିଳିବା ପରେ ତାଙ୍କୁ ହତ୍ୟା ପାଇଁ ନିଷ୍ପତ୍ତି ନେଇଥିଲ କି ?
- ନବ ଦାସଙ୍କୁ ହତ୍ୟା କରିବା ପୂର୍ବରୁ 2 ଥର ଉଦ୍ୟମ କରିଥିଲ କି ?
- ଘଟଣା ଦିନ ଆପଣ ୩ ଥର ଫାୟାରିଂ କରିଥିଲ କି ?
- ମନୋଜ ତୁମକୁ ନବ ଦାସ ନାଁ ନାଇ ଧମକାଉଥିଲା କି ?
- ନବଙ୍କ ସହ ତୁମର କିଛି ବ୍ୟକ୍ତିଗତ ଶତ୍ରୁତା ନ ଥିଲା । ଏହା ସତ କି ।
- ମନ୍ତ୍ରୀ ତୁମକୁ ମାରିଦେବେ ବୋଲି ନ ଡରରେ ନବ ଦାସଙ୍କୁ ହତ୍ୟା କରିଥିଲେ ?
- ନବଙ୍କୁ ହତ୍ୟା କରିବା ପାଇଁ ନିଜେ ପ୍ଲାନ ପ୍ରସ୍ତୁତ କରିଥିଲେ ?
- ନବ ଦାସ ହତ୍ୟା ମାମଲାରେ ଯାହା କହୁଛନ୍ତି ତାହା ସବୁ ସତ ?
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications